୯ ଦିନରେ ‘ପଠାନ’ ରୋଜଗାର କଲାଣି ଏତିକି କୋଟି

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହରୁଖଙ୍କ ‘ପଠାନ’ ସାରା ବିଶ୍ୱରେ ବେଶ୍‌ ଭଲ ରୋଜଗାର କରିଚାଲିଛି। ଏହି ଫିଲ୍ମଟି ଅମୀର ଖାନଙ୍କ ‘ଦଙ୍ଗଲ’ଙ୍କୁ ମଧ୍ୟ ଟପିଛି। ହଲ୍‌ ବାହାରେ ଲମ୍ବା ଧାଡ଼ିରେ ଦର୍ଶକ ଠିଆ ହୋଇରହୁଛନ୍ତି। ଆଗୁଆ ବୁକିଂ ପରେ ମଧ୍ୟ ଦର୍ଶକ ଫିଲ୍ମ ଟିକେଟ୍‌ ପାଇପାରୁନାହାନ୍ତି। ‘ପଠାନ’୯ ଦିନରେ ବକ୍ସ ଅଫିସରେ  ହିଟ୍‌ ହୋଇଛି।

‘ପଠାନ’ ଶୁକ୍ରବାର ୩୯.୨୫ କୋଟି ବ୍ୟବସାୟ କରିଥିବା ବେଳେ ଶନିବାର ୫୩.୨୫ କୋଟି, ରବିବାର ଏହି ୬୦.୭୫ କୋଟି, ସୋମବାର ୨୬.୫ କୋଟି, ମଙ୍ଗଳବାର ୨୩ କୋଟି ଏବଂ ବୁଧବାର ୧୮.୨୫ କୋଟି ସଂଗ୍ରହ ହୋଇଛି। ଗୁରୁବାର ଏହି ଫିଲ୍ମ ମୋଟ୍‌ ୧୬ କୋଟି ସଂଗ୍ରହ କରିଛି। ଏହା ସହିତ ‘ପଠାନ’ର ଆୟ ବର୍ତ୍ତମାନ ସୁଦ୍ଧା ୩୬୪.୫୦ କୋଟିରେ ପହଞ୍ଚିଛି। ବର୍ତ୍ତମାନ ଏହା ୧୦୦୦ କୋଟି ଟଙ୍କା ଟାର୍ଗେଟ କରିବାକୁ ଯାଉଛି।

Share