୭ ମାସରେ ୭୪୨ ଯକ୍ଷ୍ମା ପୀଡ଼ିତ

ପୁରୀ ଅଫିସ,୨୩।୮: ଯକ୍ଷ୍ମା ସଂକ୍ରମିତ ଚିହ୍ନଟ କ୍ଷେତ୍ରରେ ରାଜ୍ୟରେ ପୁରୀ ଜିଲା ୩ନମ୍ବର ସ୍ଥାନରେ ରହିଛି। ଜିଲା ସ୍ବାସ୍ଥ୍ୟ ବିଭାଗ ଏହାକୁ ସଫଳତା କହୁଥିବାବେଳେ ଜିଲାରେ ଯକ୍ଷ୍ମା ସ୍ଥିତି ସଙ୍ଗିନ ଥିବା ସାଧାରଣରେ ଅଭିଯୋଗ ହେଉଛି। ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ଜାନୁୟାରୀରୁ ଜୁଲାଇ ଶେଷ ସୁଦ୍ଧା ୧୦ହଜାର ୬ଜଣଙ୍କ କଫ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୪୨ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଅର୍ଥାତ୍‌ ଜିଲାରେ ପ୍ରତି ଶହେ ଜଣରେ ୭ଜଣ ଯକ୍ଷ୍ମା ସଂକ୍ରମଣର ଶିକାର ହେଉଛନ୍ତି। ଏହା ବର୍ତ୍ତମାନ ସମୟରେ କରୋନା ସଂକ୍ରମଣ ହାରଠାରୁ ଅଧିକ। କରୋନା ଓ ଯକ୍ଷ୍ମା ସଂକ୍ରମଣର ମାଧ୍ୟମ ପ୍ରାୟତଃ ଏକାପ୍ରକାର ହୋଇଥିଲେ ମଧ୍ୟ ଯକ୍ଷ୍ମା ରୋଗୀଙ୍କୁ ଅବହେଳା କରାଯାଉଛି। ସେହିଭଳି ଗତ ୨୦୨୦ ଜାନୁୟାରୀରୁ ଡିସେମ୍ବର ମଧ୍ୟରେ ଜିଲାରେ ୪୦ ଜଣ ଯକ୍ଷ୍ମା ସଂକ୍ରମଣରେ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ୩୮ ପୁରୁଷ, ଜଣେ ମହିଳା ଓ ଜଣେ ଶିଶୁ ଥିବା ସୂଚନା ମିଳିଛି।
୨୦୧୯ରେ ଦୈନିକ ରୋଗୀ ସଂଖ୍ୟା ୫୦ ଛୁଉଁଥିଲା। ମାତ୍ର ଏବେ ପ୍ରତ୍ୟହ ଅତିବେଶିରେ ୫ରୁ ୭ଜଣ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ଯକ୍ଷ୍ମା ହସ୍ପିଟାଲରେ ଆଇସିୟୁ ସୁବିଧା ନାହିଁ। ଫଳରେ ରୋଗୀଙ୍କୁ ଆଇସିୟୁ ସୁବିଧା ଦରକାର ପଡ଼ିଲେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ୍‌ ହସ୍ପିଟାଲ୍‌ କିମ୍ବା ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ପଡ଼ୁଛି। ପୁରୀ ଜିଲାରେ ଯକ୍ଷ୍ମା ଚିହ୍ନଟରେ ଏତେ ଭଲ ପ୍ରଦର୍ଶନ ସତ୍ତ୍ୱେ କ’ଣ ପାଇଁ ହସ୍ପିଟାଲ୍‌ରେ କମ୍‌ସଂଖ୍ୟକ ରୋଗୀ ଭର୍ତ୍ତି ହେଉଛନ୍ତି ଓ ଯକ୍ଷ୍ମାରୋଗୀଙ୍କ ପାଇଁ କାହିଁକି ଆଇସିୟୁ ସୁବିଧା ନାହିଁ ବୋଲି ସୂଚନା ଅଧିକାର କର୍ମୀ ବିଶ୍ୱଜିତ ମହାନ୍ତି ପ୍ରଶ୍ନ କରିଛନ୍ତି। ତେବେ ଚିହ୍ନଟ ଓ ସଂକ୍ରମଣ ରୋକିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଥିବା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଲଲାଟେନ୍ଦୁ ମିଶ୍ର କହିଛନ୍ତି। କମ୍ୟୁନିଟି ମିଟିଂ, ବିଭିନ୍ନ ଏନ୍‌ଜିଓ ସହ ବୈଠକ, ବ୍ଲକ ସ୍ତରରେ ଯକ୍ଷ୍ମାରୋଗୀଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧିତ ସୂଚନା ରଖିବା, ପୋଷଣ ଯୋଜନାରେ ମାସକୁ ୫ଶହ ହିସାବରେ ୬ମାସକୁ ୩ହଜାର ଟଙ୍କା ଦେବା, ରୋଗୀଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖାଯିବା, ଅଙ୍ଗନୱାଡି କର୍ମୀଙ୍କୁ ୧ ହଜାର ଟଙ୍କା ଲେଖାଏ ପ୍ରଦାନ ଭଳି ସମସ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି ବୋଲି ମିଶ୍ର କହିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗ ଅନୁଯାୟୀ, ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉନାହିଁ। ଫଳରେ ସଂକ୍ରମିତଙ୍କ ସଂଖ୍ୟା ସରକାରୀ ତାଲିକାକୁ ଉଠିପାରୁନାହିଁ। ପୁରୀ ଆଇଡିଏଚ୍‌ର ୮ ଡାକ୍ତରଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳୁନାହିଁ। ଡାକ୍ତରମାନେ ପାଳି କରି ଡ୍ୟୁଟି କରୁଥିବା ଏବଂ ଅଧିକାଂଶ ଦିନ ଅନୁପସ୍ଥିତ ରହୁଥିବା ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ମାତ୍ର ଏହି ଅଭିଯୋଗକୁ ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ପ୍ରଣବ ପ୍ରକାଶ ଦାସ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଏଭଳି ଅଭିଯୋଗ ପୂର୍ବରୁ ଆସି ନାହିଁ। ଡ୍ୟୁଟି ଚାର୍ଟ ଦେଖିବା ପରେ ଘଟଣା ତଦନ୍ତ ପରିସରଭୁକ୍ତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri