Categories: ଜାତୀୟ

ନିର୍ବାଚନ ପୂର୍ବରୁ ଭାଜପାକୁ ଡବଲ ଝଟ୍‌କା

ଗୋଆ,୧୦।୧: ଗୋଆରେ ଫେବୃୟାରୀ ୧୪ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ଭାଜପାକୁ ସୋମବାର ଦୁଇଟି ଶକ୍ତ ଧକ୍କା ଲାଗିଛି। ‘ଦଳ ଆଉ ସାଧାରଣ ଲୋକଙ୍କ ପାର୍ଟି ହୋଇ ନାହିଁ’ କହି ମନ୍ତ୍ରୀ ମାଇକେଲ ଲୋବୋ ଭାଜପା ଛାଡ଼ିବା ପରେ ବିଧାୟକ ପ୍ରବୀଣ ଜାଣ୍ଟି ଇସ୍ତଫା ଦେଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରୁ ଇସ୍ତଫା ଦେବାରେ ପ୍ରବୀଣ ଚତୁର୍ଥ ବିଧାୟକ।

ମାଏମ ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଥିବା ଜାଣ୍ଟି ପୂର୍ବରୁ କଂଗ୍ରେସରେ ଥିଲେ। ୨୦୧୨ ବିଧାନସଭା ନିର୍ବାଚନ ଲାଗି ଟିକେଟ୍‌ ନ ପାଇବାରୁ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ତା’ ପରେ ୨୦୧୭ ନିର୍ବାଚନ ପୂର୍ବରୁ ସେ ସାମିଲ ହୋଇଥିଲେ ଭାଜପାରେ। ଜାଣ୍ଟିଙ୍କ ବାପା ହରିଶ ପ୍ରଭୁ ଜାଣ୍ଟି କଂଗ୍ରେସ ଶାସନରେ ସ୍ବାସ୍ଥ୍ୟ ମନ୍ତ୍ରୀ ଥିଲେ। ୨୦୨୦ରେ ହରିଶଙ୍କ ମୃତ୍ୟୁ ଘଟିଥିଲା।

ସୁଧିନ ଧାବଲିକରଙ୍କ ନେତୃତ୍ୱାଧୀନ ଆଞ୍ଚଳିକ ଦଳ ମହାରାଷ୍ଟ୍ରଓ୍ବାଡି ଗୋମାଣ୍ଟକ ପାର୍ଟି (ଏମ୍‌ଜିପି)ରେ ପ୍ରବୀଣ ଜାଣ୍ଟି ଯୋଗଦେବେ। ଏହି ଦଳ ଆଗାମୀ ନିର୍ବାଚନ ଲାଗି ତୃଣମୂଳ କଂଗ୍ରେସ ସହ ହାତ ମିଳାଇଛି।

Share