Categories: ଜାତୀୟ

୪ ବର୍ଷରେ ୩,୧୧୭ ଜଣଙ୍କୁ ମିଳିଛି ଭାରତୀୟ ନାଗରିକତ୍ୱ…

ନୂଆଦିଲ୍ଲୀ, ୨୨।୧୨: ଗତ ୪ ବର୍ଷ ମଧ୍ୟରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ମୋଟ ୩,୧୧୭ ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକତ୍ୱ ଗ୍ରହଣ ଲାଗି ଅନୁମତି ପ୍ରଦାନ କରାଯାଇଛି। ଏସମ୍ପର୍କରେ ରାଜ୍ୟ ସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବୁଧବାର ସୂଚନା ପ୍ରଦାନ କରିଛନ୍ତି

। ମୋଟ ନାଗରିକତ୍ୱ ଆବେଦନ ସମ୍ପର୍କରେ ପ୍ରଶ୍ନର ଉତ୍ତରରେ ନିତ୍ୟାନନ୍ଦ ରାୟ ଏଭଳି କହିଛନ୍ତି। ଉତ୍ତରରେ ରାୟ ଉଲ୍ଲେଖ କରିଛନ୍ତି ଯେ ହିନ୍ଦୁ, ଶିଖ, ଜୈନ ଏବଂ ଖ୍ରୀଷ୍ଟିଆନଙ୍କଠାରୁ ନାଗରିକତ୍ୱ ଆବେଦନ ସଂଖ୍ୟା ୨୦୧୮, ୨୦୧୯, ୨୦୨୦ ଏବଂ ୨୦୨୧ରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ୧୦,୬୩୫ ସଂଖ୍ୟାଲଘୁ ଭାରତୀୟ ନାଗରିକତ୍ୱ ଗ୍ରହଣ ଲାଗି ଆବେଦନ କରିଥିଲେ।

୨୦୨୧ ଡିସେମ୍ବର ୧୪ ସୁଦ୍ଧା ଆବେଦନକାରୀଙ୍କ ସଂଖ୍ୟା ସେ ପ୍ରକାଶ କରିଛନ୍ତି। ସେଥି ମଧ୍ୟରୁ ସରକାର ୩,୧୧୭ ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିଛନ୍ତି। ଆଦେବନକାରୀଙ୍କ ମଧ୍ୟରେ ପାକିସ୍ତାନରୁ ୭,୩୦୬ ଜଣ ରହିଛନ୍ତି। ଆଫଗାନୀସ୍ତାନରୁ ୧,୧୫୨, ସେହିପରି ୪୨୮ ଜଣ ବେସାହାରା, ୨୨୩ ଆବେଦନ ଶ୍ରୀଲଙ୍କା ଏବଂ ଆମେରିକାରୁ ଆସିଛି। ଅପରପକ୍ଷରେ ନେପାଳରୁ ୧୮୯, ବାଂଲାଦେଶରୁ ୧୬୧ ଏବଂ ଚାଇନାରୁ ୧୦ ଆବେଦନ ଆସିଛି ବୋଲି ସେ କହିଛନ୍ତି।

 

Share