Categories: ଜାତୀୟ

୪ ମାସରେ ମଲେଣି ୩୯ ବାଘ

ନୂଆଦିଲ୍ଲୀ, ୬ା୪: ଚଳିତ ବର୍ଷ ଦେଶରେ ୩୯ ବାଘଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ମଧ୍ୟପ୍ରଦେଶରେ ସର୍ବାଧିକ ୧୫ ବାଘଙ୍କ ଜୀବନ ଯାଇଛି। କେବଳ ଗତ ୩ ଦିନରେ ଏହି ରାଜ୍ୟର ସତପୁରା ବ୍ୟାଘ୍ର ସଂରକ୍ଷଣ ଏବଂ ବାଲାଘାଟ ଜଙ୍ଗଲରେ ୨ ବାଘଙ୍କ ମୃତଦେହ ଠାବ କରାଯାଇଥିବାବେଳେ ୫/୬ ମାସର ଏକ ବାଘଛୁଆର ଅବଶେଷ ମିଳିଛି। ଉକ୍ତ ଦୁଇ ବାଘ ପରସ୍ପର ମଧ୍ୟରେ ଲଢ଼େଇରେ ପ୍ରାଣ ହରାଇଥିବା ସ୍ଥାନୀୟ ବନ ଅଧିକାରୀ ସୂଚନା ଦେଇଛନ୍ତି। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ସୂଚନା ଅନୁସାରେ, ଜାନୁୟାରୀ ୧ରୁ ଏପ୍ରିଲ ୪ ମଧ୍ୟରେ କେବଳ ମଧ୍ୟପ୍ରଦେଶରେ ୧୫ ବାଘଙ୍କ ମୃତ୍ୟୁ ଘଟିଛି। ୨୦୧୮ ବ୍ୟାଘ୍ରଗଣନା ଅନୁସାରେ, ମଧ୍ୟପ୍ରଦେଶରେ ୫୨୬ ବାଘ ରହିଥିଲେ। ୨୦୨୧ରେ ୪୩ ବାଘଙ୍କ ମୃତ୍ୟୁ ଘଟିଥିଲା।

Share