୪ ମଣ୍ଡିରେ ଶୀତ-ବର୍ଷାରେ ପଡ଼ିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ, ଚାଷୀଙ୍କ ନିଦ ହଜିଛି

କେସିଙ୍ଗା,୨୬ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ଅଞ୍ଚଳରେ ଚଳିତବର୍ଷ ଭଲ ଧାନ ଫସଲ ହୋଇଥିବା ବେଳେ ଫସଲ ପାକଳ ହେବା ବେଳକୁ ବର୍ଷାର ଅଭାବ ଯୋଗୁ
କିଛି ଧାନ ଫସଲ ନଷ୍ଟ ହୋଇଥିଲା। ଏବେ ଅମଳ ବେଳକୁ ଅଦିନିଆ ବର୍ଷା ଯୋଗୁ ପାଚିଲା ଧାନ ଫସଲ ନଷ୍ଟ ହେବା ସହ ଗଜା ହେବାକୁ ବସିଛି। ବିଲରେ କଟାଧାନ ବର୍ଷାରେ ଭିଜି ଗଜା ହେବାକୁ ବସିଛି। ଧାନ ଖରାରେ ନ ଶୁଖିଲା ପର୍ଯ୍ୟନ୍ତ ଚାଷୀ ଖଳାକୁ ନେଇ ପାରିବ ନାହିଁ। ଏଭଳି ପରିସ୍ଥିତିରେ କିଭଳି ମଣ୍ଡିକୁ ନେଇ ଧାନ ବିକ୍ରି କରିବେ ସେ ନେଇ ଚାଷୀ ଚିନ୍ତାରେ ଅଛନ୍ତି।
କେସିଙ୍ଗା ବ୍ଲକରେ ଖରିଫ ଋତୁରେ ୯ ହଜାରରୁ ଅଧିକ ହେକ୍ଟରରେ ଧାନଚାଷ ହୋଇଥିବା ଜଣାପଡିଛି। ବର୍ଷାରେ ଧାନ ନଷ୍ଟ ହୋଇ ଯାଇଥିବାରୁ ପ୍ରଶାସନ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବା ସହ ମଣ୍ଡିରେ କୋହଳ କରିବାକୁ ଚାଷୀ ମହଲରେ ଦାବି ହେଉଛି। କଣ୍ଡେଲା ପ୍ୟକ୍ସ ଅଧୀନରେ ୪ଟି ଧାନମଣ୍ଡି ଖୋଲା ଯାଇଛି। କାଣ୍ଡେଲ,ବାଲସି ଉପ ମଣ୍ଡି, ଶିରୋଲ ଓ ମଶାଣିବନ୍ଧଠାରେ ସର୍ବମୋଟ୍‌ ୪ଟି ଧାନମଣ୍ଡି ଖୋଲାଯାଇଛି। ଗତ ମଙ୍ଗଳବାରଠାରୁ ଗୁରୁବାର ଯାଏ ଲଗାତର ଲଘୁଚାପଜନିତ ବର୍ଷା ହେବାରୁ ମଣ୍ଡିରେ ଖୋଲା ଆକାଶ ତଳେ ଶହ ଶହ କ୍ୱିଣ୍ଟାଲ ଧାନ ପଡ଼ିରହିଛି। କାଣ୍ଡେଲ ମଣ୍ଡିରେ ୪୦୨ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ସେଥି ମଧ୍ୟରୁ ୮୬ଜଣ ଙ୍କ ଚାଷୀଙ୍କ ଠାରୁ ୩ ହଜାର ୩୪୨କ୍ୱିଣ୍ଟାଲ ଧାନ ମିଲର କ୍ରୟ କରିଛନ୍ତି। ଶିରୋଲ ଧାନ ମଣ୍ଡିରେ ୩୩୪ ଜଣ ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ୩୧ଜଣ ଚାଷୀଙ୍କଠାରୁ ଆଜି ଯାଏ ୧ହଜାର୧୩୭ କ୍ୱିଣ୍ଟାଲ ଧାନ ମିଲର କ୍ରୟ କରିଛନ୍ତି। ସେହିପରି ବାଲସି ଉପ ମଣ୍ଡି ଓ ମଶାଣିବନ୍ଧ ଧାନ ମଣ୍ଡିରେ ଆରମ୍ଭ ଦିନ ଠାରୁ ୫୦ ଜଣ ଚାଷୀଙ୍କଠାରୁ ୨ ହଜାର ୩୦୦ କ୍ୱିଣ୍ଟାଲ ଧାନ ମିଲର କ୍ରୟ କରିଛନ୍ତି। ଧାନ କ୍ୱିଣ୍ଟାଲ ପ୍ରତି ୨୩୦୦ ଟଙ୍କାରେ ମିଲର କ୍ରୟ କରୁଛନ୍ତି। ବୋନସ ବାବଦକୁ ୮୦୦ଟଙ୍କା ଏହି ପରି ୩ହଜାର ଏକ ଶହ ଟଙ୍କା ଚାଷୀ ପାଉଛି। କିନ୍ତୁ ଏହି ମଣ୍ଡି ଗୁଡ଼ିକରେ ଧାନ କ୍ରୟ କରିବା ପାଇଁ ୪ ମିଲରଙ୍କୁ ଦାୟିତ୍ୱ ଦିଆଯାଇଛି। କେସିଙ୍ଗାସ୍ଥିତ ଜେ. ଏ.ଆଇ.ଏନ. ରାଇସ ମିଲ୍‌ ,ବିଟ ରାଜ, ଜିନ ମାତାଦୀ ଏଗ୍ରୋ ଡୁମେର ମୁଣ୍ଡା ,କଳିଙ୍ଗ ରାଇସ ମିଲ୍‌ ବଗାଡ଼କୁ ଦାୟିତ୍ୱ ଦିଆ ଯାଇଛି। ଚାଷୀଙ୍କ ଧାନ କ୍ୱିଣ୍ଟାଲ ପ୍ରତି ୫ରୁ ୭କେଜି ଧାନ କାଟୁ ଥିବାରୁ ଚାଷୀମାନେ ଅଭିଯୋଗ କରିଛନ୍ତି। ଅସନ୍ତୋଷ ଚାଷୀ ବୃନ୍ଦ ଜିଲାପାଳ, ଖାଦ୍ୟ ଯୋଗାଣ ବିଭାଗକୁ ଅଭିଯୋଗ କରିବା ସତ୍ତ୍ୱେ କିଛି ବି ସୁଫଳ ମିଳୁ ନାହିଁ। ଶୀତ, ବର୍ଷାରେ ଖୋଲା ଆକାଶ ତଳେ ଚାଷୀ ମଣ୍ଡିରେ ଧାନ ଦିନରାତି ଜଗି ରହୁଛି।
ଏ ସଂକ୍ରାନ୍ତରେ କେସିଙ୍ଗା ଖାଦ୍ୟ ଯୋଗାଣ ଅଧିକାରୀ ସୁଶାନ୍ତ କୁମାର ସ୍ବାଇଁଙ୍କୁ ପଚାରିବାରୁ ମୋତେ ଲିଖିତ ଆକାରରେ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ନେବି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri