ଜୀବନ୍ତ ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ, ମାତ୍ର କିଛି ମାସ ମଧ୍ୟରେ ଜନ୍ମନେବ ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି, ଛୁଇଁପାରିବନି କୌଣସି ରୋଗ!

ବ୍ରାସିଲିଆ,୨୬।୧୨: ୨୦୨୪ ବର୍ଷ ଶେଷ ପାଇଁ କେବଳ ୫ଦିନ ବାକି ଅଛି ଏବଂ ସମଗ୍ର ବିଶ୍ୱରେ ଲୋକମାନେ ନୂତନ ବର୍ଷର ଆଗମନକୁ ଅପେକ୍ଷା କରି ରହିଛନ୍ତି। ଏପରି ସମୟରେ, ୨୦୨୫ବର୍ଷ ପୃଥିବୀର ଲୋକଙ୍କ ପାଇଁ କିପରି ହେବ ସେନେଇ ଅନେକ ପ୍ରକାରର କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଏହା ସହିତ ଭବିଷ୍ୟବାଣୀଗୁଡିକ ମଧ୍ୟ ଯାଞ୍ଚ କରାଯାଉଛି। ବାବା ଭେଙ୍ଗା ଠାରୁ ଆରମ୍ଭ କରି ନୋଷ୍ଟ୍ରାଡାମସ ପର୍ଯ୍ୟନ୍ତ ମହାନ ଭବିଷ୍ୟଦ୍ବକ୍ତାଙ୍କ ଭବିଷ୍ୟବାଣୀ ସାମ୍ନାକୁ ଆସୁଛି । ୨୦୨୫ବର୍ଷ ପାଇଁ ଏହି ଦୁଇଜଣ କ’ଣ ପୂର୍ବାନୁମାନ କରିଛନ୍ତି, ସେଥିପାଇଁ ଲୋକମାନେ ଅଧିକ ଆଗ୍ରହୀ । କିନ୍ତୁ ବର୍ତ୍ତମାନ ବ୍ରାଜିଲର ଆଥୋସ ସାଲୋମ, ଜୀବନ୍ତ ନୋଷ୍ଟ୍ରାଡାମସ ଭାବରେ ଜଣାଶୁଣା, ନୂତନ ବର୍ଷ ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିଛନ୍ତି।

ଆଥୋସ ସାଲୋମ କହିଛନ୍ତି ଯେ ୨୦୨୫ ସୁଦ୍ଧା ଏକ ଜେନେଟିକ ରୂପାନ୍ତରିତ ମଣିଷ ବିଶ୍ୱ ସାମ୍ନାରେ ଦେଖାଯିବ, ଯିଏ ଅନ୍ୟ ମଣିଷ ଅପେକ୍ଷା ଚତୁର, ଶକ୍ତିଶାଳୀ ଏବଂ ରୋଗ ପ୍ରତିରୋଧକ ହେବ। କୌଣସି ରୋଗ ତାଙ୍କୁ ଛୁଇଁ ପାରିବ ନାହିଁ। ସେ କହିଛନ୍ତି ଯେ ବୈଜ୍ଞାନିକମାନେ ସରକାର ଏବଂ କର୍ପୋରେଟରଙ୍କ ସାହାଯ୍ୟରେ ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ଚୁପଚାପ ଏକ ‘ସଂପୂର୍ଣ୍ଣ ମଣିଷ’ ସୃଷ୍ଟି କରୁଛନ୍ତି। ଏଭଳି ପ୍ରଥମ ମାମଲା ଏସୀୟ ଦେଶରୁ ଆସିବ ବୋଲି ସେ ପୂର୍ବାନୁମାନ କରିଛନ୍ତି।
ବ୍ରାଜିଲର ଆଥୋସ ସାଲୋମ, ଜୀବନ୍ତ ନୋଷ୍ଟ୍ରାଡାମସ ଭାବରେ ଜଣାଶୁଣା, ୨୦୨୫ବର୍ଷ ପାଇଁ ସେ ଅନେକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଏଥିରେ ଜେନେଟିକ ରୂପାନ୍ତରିତ ମଣିଷର ବିକାଶ, AI ର କଣ୍ଟ୍ରୋସ୍‌ ବାହାରେ ଗତି କରିବାର ସମ୍ଭାବନା ଏବଂ ବିଦେଶୀମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବାର ସମ୍ଭାବନା ଅନ୍ତର୍ଭୁକ୍ତ। ବ୍ରାଜିଲର ଆଥୋସ ସାଲୋମ COVID-19 ମହାମାରୀ ଏବଂ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ସମେତ ବିଶ୍ୱସ୍ତରୀୟ ଘଟଣାର ପୂର୍ବାନୁମାନ ପାଇଁ ଧ୍ୟାନ ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅନ୍ତୋଷ, ଟିପିଏସ୍‌ଓଡିଏଲ୍‌ କାର୍ଯ୍ୟାଳୟ ଘେରାଉ ଚେତାବନୀ ତେଜିଲା

ହିଞ୍ଜିଳିକାଟୁ,୧୨।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅଞ୍ଚଳରେ ବିଦ୍ୟୁତ୍‌ ସେବାକୁ ନେଇ ଦିନକୁ ଦିନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିନା ସୂଚନାରେ ପ୍ରତିଦିନ ୨ରୁ ୫…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

ସେବା ସେତୁରେ ଲୋକଙ୍କ ଗୁହାରି ଶୁଣିଲା ପ୍ରଶାସନ, ସମାଧାନର ଭରସା ଦେଲେ ଅଧିକାରୀ

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତ ପରିସରରେ ସୋମବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ…

ବଳାତ୍କାର ମାମଲାରେ ଆସିଲା ବଡ଼ ରାୟ: ପୀଡ଼ିତାଙ୍କୁ…

ନବରଙ୍ଗପୁର, ୧୨/୧୦ (ସଦାଶିବ ପ୍ରହରାଜ): ଏକ ବଳାତ୍କାର ମାମଲାର ବିଚାର କରି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବାସୁଦେବ ଆଚାର୍ଯ୍ୟ ଅଭିଯୁକ୍ତ ଡେଭିଡ୍ ଗରଡ଼ାଙ୍କୁ…

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ମୁହଁତୋଡ ଜବାବ ଦେଲେ କ୍ୟାଟ୍ରିନା: କହୁ କହୁ କହିଦେଲେ…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଓଜନ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଏବେ ସେ ନିଜ ଷ୍ଟାଇଲିସ ଲୁକକୁ ନେଇ ସାଉଁଟିଛନ୍ତି…

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

ସରକାରଙ୍କ ବଡ଼ ଯୋଜନା! ଦୁର୍ଘଟଣାରେ କୃଷକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୧୨।୧୦: ଚାଷୀ ଦିନରାତି ପରିଶ୍ରମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବେଳେବେଳେ ଏକ ଦୁର୍ଘଟଣା ପୂରା ପରିବାରର ଜୀବନକୁ ବଦଳାଇ ଦେଇଥାଏ। ପରିବାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?