ଭୁବନେଶ୍ୱର,୧୧।୧୧ : ରାଜ୍ୟର ଅର୍ଥନୈତିକ ଏବଂ ଶିଳ୍ପର ବିକାଶ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗ ଓଡ଼ିଶା ଡିସ୍କମ୍ ବିଗତ ୩ ବର୍ଷ ମଧ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ଓ ପଦକ୍ଷେପ ଗ୍ରହଣ କରିଛି। ଏପରିକି ରାଜ୍ୟରେ ବିତରଣ କାର୍ଯ୍ୟ ହାତକୁ ନେବା ପରଠାରୁ କମ୍ପାନୀ ପ୍ରାୟ ୭,୭୦୦(୭,୬୬୧)କୋଟି ଟଙ୍କାର କାର୍ଯ୍ୟବରାଦ ପ୍ରଦାନ କରିଛି। ବିଶେଷକରି ସ୍ଥାନୀୟ ଠିକାଦାର ଏବଂ ଯୋଗାଣକାରୀଙ୍କୁ ସାମଗ୍ରୀ ଓ ସେବା ଭଳି ଦୁଇଟି ବ୍ୟାପକ ବର୍ଗରେ ଉକ୍ତ ଅର୍ଥ ରାଶି ବରାଦ ପ୍ରଦାନ କରାଯାଇଛି। ସେହିଭଳି ଓଡ଼ିଶା ଡିସ୍କମ୍ର ଟିପି ସେଣ୍ଟ୍ରାଲ, ଟିପି ସଦର୍ନ, ଟିପି ନଦର୍ନ ଏବଂ ଟିପି ୱେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ ମୋଟ ୧,୭୩୨ ସ୍ଥାନୀୟ ବିକ୍ରେତା ଓ ଯୋଗାଣକାରୀଙ୍କ ସହ ଚୁକ୍ତି କରିଛନ୍ତି। ସେହିପରି ସେବା କ୍ଷେତ୍ରରେ ମିଟର ରିଡିଂ, ବିଲିଂ, ନେଟ୍ୱର୍କ ରକ୍ଷଣାବେକ୍ଷଣ ଇତ୍ୟାଦିକୁ ଅନ୍ତର୍ଭୁକ୍ତକରି ଡିସ୍କମ୍ଗୁଡ଼ିକ ମୋଟ ୬,୦୮୭ କୋଟି ଟଙ୍କା ମୂଲ୍ୟର ୧,୧୯୭ ଭେଣ୍ଡରଙ୍କୁ ଅର୍ଥ ବରାଦ ପ୍ରଦାନ କରିଥିଲାବେଳେ ସାରା ରାଜ୍ୟରେ ବିତରଣ ନେଟ୍ୱର୍କର ରକ୍ଷଣାବେକ୍ଷଣ ଓ ଉନ୍ନତୀକରଣ ପାଇଁ ବିତରଣ ଟ୍ରାନ୍ସଫର୍ମର, କେବୁଲ, ଖୁଣ୍ଟି, ଆଇଟି ହାର୍ଡୱେର ଭଳି ସାମଗ୍ରୀ ଯୋଗାଣ ବର୍ଗରେ ଡିସ୍କମ୍ଗୁଡ଼ିକ ୧,୫୭୪ କୋଟି ଟଙ୍କା ମୂଲ୍ୟର ୫୩୫ଟି କାର୍ଯ୍ୟ ବରାଦ ପ୍ରଦାନ କରିଛନ୍ତି।
ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…
ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…
ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..
ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…
୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…
ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…
ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…
ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…
ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର
ଭୁବନେଶ୍ବର,୨ା୪: ଖୁଵ୍ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…
ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ
ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…
ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ
ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…
ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି
ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…
Archives

