ମୁନିକୋ ଫୁଡ୍‌ସ ଓଆଇସି (ମିଲେଟସ୍‌)ର ବିଜେତା

ଭୁବନେଶ୍ୱର,୧୧।୧୧, ଅନ୍ତର୍ଜାତୀୟ ମିଲେଟ ସମ୍ମିଳନୀ ପରିସରରେ ଷ୍ଟାର୍ଟଅପ୍‌ ଓଡ଼ିଶାର ଅଭିନବ କାର୍ଯ୍ୟକ୍ରମ ‘ଓଡ଼ିଶା ଇନୋଭେସନ୍‌ ଚ୍ୟାଲେଞ୍ଜ ବା ଓଆଇସି (ମିଲେଟସ୍‌)’ର ବିଜେତା ସମ୍ପର୍କରେ ଘୋଷଣା କରାଯାଇଥିଲା। ବିଶେଷକରି ମୁନିକୋ ଫୁଡ୍‌ସ ପ୍ରଥମ ବିଜେତା ଭାବେ ୩ ଲକ୍ଷ ଟଙ୍କାର ପୁରସ୍କାର ସହ ମାନପତ୍ର ଲାଭ କରିଥିଲାବେଳେ ଏକେଏମ୍‌ ଟେକ୍ନୋଲୋଜି (ଗ୍ରୋଜିପ୍‌) ୨ୟ ଏବଂ ଚକୋଲାକା ୩ୟ ବିଜେତା ହୋଇଥିଲା। ଏପରିକି ଉଭୟ ୨ୟ ଓ ୩ୟ ବିଜେତା ଯଥାକ୍ରମେ ୨ ଲକ୍ଷ ଏବଂ ୧ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ହାସଲ କରିଛନ୍ତି। ସେହିଭଳି ସର୍ବମୋଟେ ୪୧ଟି ସଂସ୍ଥା ଉକ୍ତ ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିଥିଲେ ଏବଂ ଯତ୍ନର ସହ ମୂଲ୍ୟାଙ୍କନ ପରେ ୧୦ଟି ସଂସ୍ଥା ଅନ୍ତିମ ପର୍ଯ୍ୟାୟକୁ ଯାଇ ସେମାନଙ୍କର ଆଇଡିଆ ବିସ୍ତୃତ ଭାବେ ପ୍ରଦାନ କରିଥିଲେ। ଷ୍ଟାର୍ଟଅପ୍‌ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓମ୍‌କର ରାୟ କହିଛନ୍ତି, ରାଜ୍ୟର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ଆମେ ଓଡ଼ିଶାରେ ମିଲେଟ ଚାଷର ଚମତ୍କାର ଅଭିବୃଦ୍ଧି ଦେଖିଛୁ। ଓଡ଼ିଶାର ଷ୍ଟାର୍ଟଅପ୍‌ ଇକୋସିଷ୍ଟମ୍‌ ମଧ୍ୟ ମିଲେଟ୍‌ ଇଣ୍ଡଷ୍ଟ୍ରିରେ ସକ୍ରିୟ ଭାବେ ଜଡିତ ରହିଛି ଏବଂ ବର୍ତ୍ତମାନ ଏହି କ୍ଷେତ୍ର ମଧ୍ୟରେ ପ୍ରାୟ ୬୮ ଷ୍ଟାର୍ଟଅପ୍‌ କାର୍ଯ୍ୟ କରୁଛନ୍ତି। ଏହି ଷ୍ଟାର୍ଟଅପ୍‌ଗୁଡିକ କେବଳ ମିଲେଟ ଅଭିବୃଦ୍ଧିରେ ସହଯୋଗ କରୁନାହାନ୍ତି ବରଂ ଆମର କୃଷକ ତଥା ସେମାନଙ୍କର ଜୀବିକା ଆବଶ୍ୟକତା,ବ୍ରାଣ୍ଡିଂ ତଥା ଉତ୍ପାଦର ବିକାଶ ପାଇଁ ମୂଲ୍ୟ ବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ସାମଗ୍ରିକ ପ୍ରଭାବ ଏବଂ ଅଭିବୃଦ୍ଧି ପାଇଁ ସମ୍ଭାବନାକୁ ବଢ଼ାଇବା ସହ ଏହି କ୍ଷେତ୍ରକୁ ଅଧିକ ସଶକ୍ତ କରିବାକୁ ଉଦ୍ୟୋଗୀ ପ୍ରସ୍ତୁତ ହୋଇଛନ୍ତି। ଭୁବନେଶ୍ୱର ଜନତା ମଇଦାନଠାରେ କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗ ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ମିଲେଟ ସମ୍ମିଳନୀର ଏକ ଅଂଶ ଭାବେ ଷ୍ଟାର୍ଟଅପ୍‌ ଓଡ଼ିଶା ଦ୍ୱାରା ମିଲେଟ ମାଧ୍ୟମରେ ‘ନିରନ୍ତର ଖାଦ୍ୟ ଉଦ୍ୟୋଗକୁ ସଶକ୍ତୀକରଣ’ଉପରେ ଏକ ଅଧିବେଶନ ଆୟୋଜିତ ହୋଇଥିଲା। ଉକ୍ତ ସମ୍ମିଳନୀ ମିଲେଟ ଅଧିବେଶନ ମାଧ୍ୟମରେ ସ୍ଥାୟୀ ଖାଦ୍ୟ ଉଦ୍ୟୋଗକୁ ସଶକ୍ତୀକରଣ ଖାଦ୍ୟ ନିରନ୍ତର ଉଦ୍ୟୋଗରେ ମିଲେଟର ପ୍ରମୁଖ ଭୂମିକା ତ୍ୱରାନ୍ବିତ କରିବାକୁ ଲକ୍ଷ୍ୟ ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?