୩ମାସରେ ଅତିକ୍ରମ କଲେ ୨୫୪୪ କି.ମି.

ଝାରସୁଗୁଡ଼ା ଅଫିସ,୩୧ା୩: ନିଶା ସେବନ ବର୍ଜନ କରି ନିୟମିତ ଶାରୀରିକ ବ୍ୟାୟାମ କରନ୍ତୁ ଓ ସୁସ୍ଥ ରୁହନ୍ତୁ। ଏହି ବାର୍ତ୍ତା ନେଇ ଝାରସୁଗୁଡ଼ା ଜିଲା ଦୁର୍ଲଗା ଗ୍ରାମର ଅଭିରାମ ଶତପଥୀ ଜାନୁୟାରୀ ୬ରୁ ପଦଯାତ୍ରାରେ ବାହାରି ମାର୍ଚ୍ଚ ୨୬ରେ ଦିଲ୍ଲୀରେ ପହଞ୍ଚତ୍ଥିଲେ। ଦୀର୍ଘ ୩ମାସ ପଦଯାତ୍ରା ସାରି ଅଭିରାମ ସୋମବାର ଦିଲ୍ଲୀରୁ ବିମାନରେ ଆସି ଝାରସୁଗୁଡ଼ା ଭିଏସ୍‌ଏସ୍‌ ବିମାନ ବନ୍ଦରରେ ଓହ୍ଲାଇଥିଲେ। ତାଙ୍କୁ ବିମାନ ବନ୍ଦରରେ ବିଭିନ୍ନ ସଙ୍ଗଠନ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଅଭିରାମ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସେ କିଛିବର୍ଷ ତଳେ ଶ୍ୱାସ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡିଥିଲେ। ଡକ୍ତରୀ ଚିକିତ୍ସା ପରେ ସୁସ୍ଥ ହୋଇପାରି ନ ଥିଲେ। ଏଭଳି ସ୍ଥିତିରେ ଜଣେ ସମ୍ପର୍କୀୟଙ୍କ ପରାମର୍ଶକ୍ରମେ ସେ ପ୍ରତିଦିନ ପଦଯାତ୍ରା ସହ ଶାରୀରିକ ବ୍ୟାୟାମ କରୁଥିଲେ। ଫଳରେ ଧୀରେ ଧୀରେ ସୁସ୍ଥ ହୋଇଥିଲେ। ପରେ ସେ ବିଭିନ୍ନ ମାରାଥନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ୬୪ବର୍ଷ ବୟସରେ ସୁସ୍ଥ ସମାଜ ଗଠନ ସନ୍ଦେଶ ନେଇ ସେ ପଦଯାତ୍ରାରେ ବାହାରିଥିଲେ। ଗାଁରୁ ଜାନୁୟାରୀ ୬ରୁ ବାହାରି ୨୨ରେ ପୁରୀରେ ପହଞ୍ଚତ୍ଥିଲେ। ଏହି ଯାତ୍ରା ସମୟରେ ସେ ମୁଖ୍ୟମନ୍ତ୍ରୀ ନାବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ପୁରୀରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନକରି ୨୪ରେ ଦିଲ୍ଲୀ ଅଭିମୁଖେ ବାହାରି ମାର୍ଚ୍ଚ ୨୬ରେ ପହଞ୍ଚତ୍ଥିଲେ। ସେଠାରେ ସେ ରାଷ୍ଟ୍ରପତି ଭବନ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପାର୍ଲାମେଣ୍ଟରେ ପହଞ୍ଚତ୍ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ପଦଯାତ୍ରା ସମୟରେ ସେ ଓଡିଶା, ଛତିଶଗଡ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ହରିୟାନା ଆଦି ରାଜ୍ୟ ଅତିକ୍ରମ କରିଥିଲେ। ସେ ୨୫୪୪ କିଲୋମିଟର ରାସ୍ତା ଅତିକ୍ରମ କରିଛନ୍ତି। ଏହି ସମୟରେ ଲୋକେ ତାଙ୍କୁ ରାସ୍ତାରେ ବିପୁଳ ସମ୍ବର୍ଦ୍ଧନା ଜଣାଇ ଅଧିକ ଉତ୍ସାହିତ କରିଥିଲେ। ଫଳରେ ସେ ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ପାରିଥିବା କହିଥିଲେ।