୨୪ ଦିନରେ ୧୯ ରାଜ୍ୟରେ ପହଞ୍ଚିଲାଣି ଓମିକ୍ରନ୍‌

ନୂଆଦିଲ୍ଲୀ,୨୭ ।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ୨୪ ଦିନ ମଧ୍ୟରେ ୧୯ ରାଜ୍ୟରେ ପହଞ୍ଚି ସାରିଥିବା ସୂଚନା ମିଳିଛି । ଏହାଦ୍ୱାରା ଏବେ ସିଦ୍ଧା ୫୦୯ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ଓମିକ୍ରନର ଦ୍ରୁତ ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବା ସହ କରୋନା କଟକଣାକୁ କଡାକଡି ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଲେଣି । ଅନ୍ୟପଟେ ଏବେ କିଶୋରଙ୍କ ପାଇଁ ଆସନ୍ତା ଜାନୁୟାରୀରୁ ଟିକାକରଣ ଆରମ୍ଭ କରାଯିବା କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବା ପରେ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ନେଇ ସାମାନ୍ୟ ଆଶ୍ୱସ୍ତି ମିଳିଛି । ପୁଣି ବୁଷ୍ଟର ଡୋଜ ଜାନୁୟାରୀ ୧୦ରୁ ଆରମ୍ଭ କରାଯାଉଥିବା ବେଳେ ଏହାମଧ୍ୟ ଓମିକ୍ରନ୍ ଲଢେଇରେ ସାହାଯ୍ୟ କରିବ ବୋଲି କୁହାଯାଉଛି ।

Share