୨୧ ବର୍ଷରେ ପ୍ରେମରେ ପଡ଼ିଥିଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ପ୍ରେମ ଏବଂ ବ୍ରେକଅପ ବିଷୟରେ ଏକ ନୂଆ ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ସେ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ସୋନାକ୍ଷୀ କହିଛନ୍ତି ଯେ, ତାଙ୍କର ପ୍ରଥମ ପ୍ରେମ ସମ୍ପର୍କ ଗମ୍ଭୀର ଥିଲା ଯାହା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ସେ କହିଛନ୍ତି ଯେ ସ୍କୁଲ ସମୟରେ ମଧ୍ୟ ତାଙ୍କର ଏକ ସମ୍ପର୍କ ଥିଲା, କିନ୍ତୁ ଏହା ଗମ୍ଭୀର ନଥିଲା ଏବଂ ତାଙ୍କ ପ୍ରେମିକ ସହିତ ବ୍ରେକଅପ ଶୀଘ୍ର ହୋଇଥିଲା। ସ୍କୁଲ ପରେ ଯେତେବେଳେ ସେ ପ୍ରେମ ସମ୍ପର୍କରେ ଆସିଥିଲେ ତାହାକୁ ନେଇ ଅଧିକ ସିରିୟସ ଥିଲେ।

ସୋନାକ୍ଷୀ ଅଭିନେତା ଶତ୍ରୁଘ୍ନ ସିହ୍ନା ଏବଂ ପୁନମ ସିହ୍ନାଙ୍କ ଝିଇ। ସେ ୨୧ ବର୍ଷ ବୟସରେ ପ୍ରେମରେ ପଡ଼ିଥିଲେ। ସେ କହିଥିଲେ, ମୁଁ ସ୍କୁଲରେ ପଢ଼ିବା ସମୟରେ ମୋର ଏକ ସୁନ୍ଦର ସମ୍ପର୍କ ଥିଲା। ମାତ୍ର ସ୍ନାତକୋତ୍ତରରେ ମୁଁ ତାଙ୍କୁ ‘ଓକେ ବାଏ’ କହିଥିଲି।

ସୋନାକ୍ଷୀ ତାଙ୍କ ସାକ୍ଷାତକାରରେ କହିଛନ୍ତି, ସମ୍ପର୍କରେ କିଛି ଶିଖିବା ଏବଂ ଆଗକୁ ବଢ଼ିବା ଜରୁରୀ। ପ୍ରତ୍ୟେକ ବ୍ୟକ୍ତି ଅଲଗା, ତାଙ୍କର ବ୍ୟକ୍ତିତ୍ୱ ଅଲଗା। ସୋନାକ୍ଷୀ କହିଛନ୍ତି ଯେ, ଏପରି ଜଣେ ବ୍ୟକ୍ତିଙ୍କୁ ଖୋଜିବା ଉଚିତ ଯିଏ ତୁମକୁ ସହି ପାରିବ । ସେ କହିଛନ୍ତି ମୁଁ ଅନେକ ଜିନିଷ ଶିଖିଛି। ମୁଁ ବହୁତ ଛୋଟ ଥିଲି ବଡ଼ ହେଉ ହେଉ ସବୁକିଛି ଶିଖିବା ଆରମ୍ଭ କଲି।

ସୋନାକ୍ଷୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ତାଙ୍କ ପିତାମାତା ତାଙ୍କ ପାଇଁ ପୁଅ ଖୋଜି ପାରିବେ ନାହିଁ। ସେ କହିଛନ୍ତି, ଯଦି ସେ ବାପାମା’ଙ୍କ ଉପରେ ଏହା ଛାଡ଼ିଦିଅନ୍ତି, ତେବେ ସେ କୁଆଁରୀ ରହିଯିବେ। ସୋନାକ୍ଷୀ କହିଛନ୍ତି ଯେ, ତାଙ୍କ ମା’ ତାଙ୍କୁ ବିବାହ ବିଷୟରେ ଅନେକ ସମୟରେ ପଚାରନ୍ତି। ସେ କହିଛନ୍ତି ଯେ ପିତାମାତା ଜାଣନ୍ତି, ଯେତେବେଳେ ମୁଁ ବିବାହ ପାଇଁ ପ୍ରସ୍ତୁତ ହେବି, ମୁଁ ତାହା କରିବି।

Share