Posted inଜାତୀୟ

୨୦୨୪ରେ ରାହୁଲ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: କମଲ ନାଥ

ନୂଆଦିଲ୍ଲୀ,୩୧ା୧୨(ପି.ଟି.): ୨୦୨୪ ଲୋକ ସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିରୋଧୀ ଦଳଗୁଡ଼ିକର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଶୁକ୍ରବାର ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ କହିଛନ୍ତି। କଂଗ୍ରେସର ଦେଶବ୍ୟାପୀ ଭାରତ ଯୋଡ଼ୋ ଯାତ୍ରା ପାଇଁ କମଲ ନାଥ ରାହୁଲଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ରାହୁଲ କ୍ଷମତା ପାଇଁ ରାଜନୀତି କରୁନାହାନ୍ତି, ସେ ଦେଶର ସାଧାରଣ ଜନତାଙ୍କ ପାଇଁ ରାଜନୀତି କରୁଛନ୍ତି। ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ରାହୁଲ କେବଳ ବିରୋଧୀ ଦଳର ନେତୃତ୍ୱ ନେବେନାହିଁ, ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ। ବିଶ୍ୱ ଇତିହାସରେ କୌଣସି ନେତା ଏତେଦୀର୍ଘ ପଦଯାତ୍ରା କରିନାହାନ୍ତି। ଗାନ୍ଧୀ ପରିବାରକୁ ବାଦ୍‌ ଦେଲେ ଅନ୍ୟ କୌଣସି ପରିବାର ଦେଶ ପାଇଁ ଏତେ ତ୍ୟାଗ କରିନାହିଁ ବୋଲି କମଲ ନାଥ କହିଛନ୍ତି।
୭୬ ବର୍ଷୀୟ କଂଗ୍ରେସ ନେତା କମଲ କହିଛନ୍ତି, ସଂଗଠନ ପ୍ରତି ବିଶ୍ୱାସଘାତ କରିଥିବା ନେତାଙ୍କର ଦଳରେ ସ୍ଥାନ ନାହିଁ। ଜ୍ୟୋତିରାଦିତ୍ୟ ସିନ୍ଧିଆ ଭବିଷ୍ୟତରେ ଦଳକୁ ଫେରିବେ କି ବୋଲି ପ୍ରଶ୍ନ ହେବାରୁ ସେ କୌଣସି ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ। ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ଫେରିଲେ ପୁରୁଣା ପେନ୍‌ସନ ଯୋଜନା ଲାଗୁ ହେବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦୀଙ୍କ ଗୁଳିରେ ୨ ଯବାନ ଶହୀଦ

ଶ୍ରୀନଗର,୨୧ା୫: ଜମ୍ମୁ-କଶ୍ମୀରର ଶ୍ରୀନଗର ଉପକଣ୍ଠ ପଣ୍ଡାଚ ଅଞ୍ଚଳରେ ବୁଧବାର ଆତଙ୍କବାଦୀଙ୍କ ଗୁଳିମାଡ଼ରେ ବିଏସ୍‌ଏଫ୍‌ର ୨ ଜଣ ଯବାନ ଶହୀଦ ହୋଇଛନ୍ତି। ପିକେଟିଂ କରୁଥିବା ଯବାନଙ୍କ ଉପରକୁ...

ଉପଯୁକ୍ତ ଝିଅ ମିଳିଲେ ବାହାହେବି: ରାହୁଲ

ନୂଆଦିଲ୍ଲୀ,୨୪।୧: ଉପଯୁକ୍ତ ଝିଅ ମିଳିଲେ ବିବାହ କରିବେ ବୋଲି କଂଗ୍ରେସ ନେତା ତଥା ଅନେକଙ୍କ ଦୃଷ୍ଟିରେ ଭାରତର ସବୁଠୁ ଯୋଗ୍ୟ ଅବିବାହିତ ରାହୁଲ ଗାନ୍ଧୀ କହିଛନ୍ତି।...

ରାମ ମନ୍ଦିର ଭୂମିପୂଜାର ସିଧାପ୍ରସାରଣକୁ ଟିଭିରେ ଦେଖିଲେ ୧୬ କୋଟି ଲୋକ

ନୂଆଦିଲ୍ଲୀ,୯।୮: ଦୀର୍ଘ ପ୍ରାୟ ୫ଶହ ବର୍ଷର ଅପେକ୍ଷା ପରେ ବୁଧବାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଭୂମିପୂଜା କରାଯାଇଥିଲା। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ...

ଶ୍ରଦ୍ଧା ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ବୟାନ: ଶିକ୍ଷିତ ଝିଅମାନେ ହୋଇଥାନ୍ତି ଲିଭ୍‌-ଇନ୍‌ର ଶିକାର

ନୂଆଦିଲ୍ଲୀ,୧୮।୧୧: ଶ୍ରଦ୍ଧାଙ୍କୁ ତାଙ୍କ ଲିଭ୍‌-ଇନ୍‌ ପାର୍ଟନର ଅତି ନିର୍ମମ ଭାବେ ହତ୍ୟା କରିଥିବା ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଛି। ଏହି ସମୟରେ କେନ୍ଦ୍ରମନ୍ତ୍ରୀ...

କଂଗ୍ରେସକୁ ଲାଗିବ ବଡ ଝଟ୍‌କା

ପଣଜୀ,୭ ।୧୨: ଗୋଆରେ କଂଗ୍ରେସକୁ ବଡ ଝଟ୍‌କା ଲାଗିପାରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ରବି ନାଇକ ମଙ୍ଗଳବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇପାରନ୍ତି ।...

କାର୍ତ୍ତି ଚିଦାମ୍ବରମଙ୍କ ନିକଟତମ ବନ୍ଧୁ ଗିରଫ

ନୂଆଦିଲ୍ଲୀ,୧୮।୫: କଂଗ୍ରେସ ଏମ୍‌ପି କାର୍ତ୍ତି ଚିଦାମ୍ବରମଙ୍କ ନିକଟତମ ବନ୍ଧୁଙ୍କୁ ସିବିଆଇ ଗିରଫ କରିଛି। ଏହି କାର୍ଯ୍ୟାନୁଷ୍ଠାନ ମଙ୍ଗଳବାର ହୋଇଥିବା ଚଢ଼ାଉ ପରେ ନିଆଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ,...

ଭୋଟ ଦେଲେ ମିଳିବ ସ୍ବତନ୍ତ୍ର ଉପହାର

ଲକ୍ଷ୍ନୌ,୨୩।୨: ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟରେ ୯ଟି ଜିଲାର ୫୯ଟି ବିଧାନସଭା ଆସନ ପାଇଁ ବୁଧବାର ମତଦାନ ଜାରି ରହିଛି। ରାଜଧାନୀ ଲକ୍ଷ୍ନୌ ହେଉଛି ଉତ୍ତରପ୍ରଦେଶ ରାଜନୀତିର...

ମହାତ୍ମା ଗାନ୍ଧୀଙ୍କ ଅସ୍ଥି ଚୋରି: ମାମଲା ରୁଜୁ

ଭୋପାଳ,୪।୧୦: ଗତ ଅକ୍ଟୋବର ୨ରେ ସାରା ଦେଶରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ଜୟନ୍ତୀ ଧୂମଧାମରେ ପାଳନ କରାଯାଇଥିବା ବେଳେ ମଧ୍ୟପ୍ରଦେଶର ରିଓ୍ବା ଜିଲାରୁ...

Advertisement
Archives

Model This Week