Posted inଜାତୀୟ

୨୦୨୧ରେ ବିଭିନ୍ନ ରାଜ୍ୟର ବିଧାନସଭାରେ ହାରାହାରି ୨୧ ଦିନର କାର୍ଯ୍ୟ ଦିବସ, ୫୦୦ରୁ ଅଧିକ ବିଧେୟକ ହୋଇଛି ପାରିତ…

ନୂଆଦିଲ୍ଲୀ,୧।୮ : ଦେଶର ବିଭିନ୍ନ ରାଜ୍ୟର ବିଧାନସଭାରେ ୨୦୨୧ରେହାରାହାର କେବଳ ୨୧ ଦିନର କାର୍ଯ୍ୟ ଦିବସ ରହିଥିଲା। ଏହି ସମୟ ମଧ୍ୟରେ ୫୦୦ରୁ ଅଧିକ ବିଧେୟକ ପାରିତ ହୋଇଛି। ସେଥି ମଧ୍ୟରେ ଉଚ୍ଚଶିକ୍ଷାର ନିୟନ୍ତ୍ରଣ, ଅନଲାଇନ ଖେଳ, ଧାର୍ମିକ ରୂପାନ୍ତର, ଗୋ ସୁରକ୍ଷା ସହିତ ଜଡିତ ବିଲ ଅନ୍ତର୍ଭୁକ୍ତ ରହିଛି। ଏହି ବିଲ ଗୁଡିକର ପ୍ରାୟ ଅଧା ସର୍ବନିମ୍ନ ବିଧାନସଭା ଯାଞ୍ଚ ବିନା ପାରିତ ହୋଇଛି। ଅର୍ଥାତ ଯେଉଁ ଦିନ ଏହାକୁ ଆଗତ କରାଯାଇଥିଲା ସେହି ଦିନ ଏସବୁ ପାରିତ ହୋଇଛି। ୮ଟି ରାଜ୍ୟରେ ବିଲ ଆଗତ ହୋଇଥିବା ଦିନ ହିଁ ପାରିତ ହୋଇଛି। ଏକ ଥିଙ୍କ ଟ୍ୟାଙ୍କର ପିଆରଏସ୍‌ ଲେଜିସଲେଟିଭ୍‌ ଅଧ୍ୟୟନରେ ଏହା ପ୍ରକାଶ ପାଇଛି ।

ଏହି ରିପୋର୍ଟ ଅନୁଯାୟୀ, ଗତ ବର୍ଷ କର୍ନାଟକ ବିଧାନସଭାରେ ସର୍ବାଧିକ ୪୮ ଟି ବିଲ ପାରିତ ହୋଇଥିଲା। ଏହାପୂର୍ବରୁ ୨୦୨୦ରେ ମଧ୍ୟ କର୍ନାଟକ ସର୍ବାଧିକ ୫୫ ବିଲ ପାରିତ କରିଥିଲା। ଗତ ବର୍ଷ ଦିଲ୍ଲୀ ବିଧାନସଭା ଦ୍ୱାରା ସବୁଠାରୁ କମରେ ଦୁଇଟି ବିଲ ପାରିତ ହୋଇଥିଲା। ସେହିପରି ପୁଡୁଚେରୀରେ ୩ ଏବଂ ମିଜୋରାମରେ ୫ ବିଲ୍‌ ପାରିତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

କର୍ନାଟକ, କେରଳ, ମେଘାଳୟ, ଓଡିଶା ଏବଂ ରାଜସ୍ଥାନ ବିଧାନସଭା ୫୦ ପ୍ରତିଶତ ବିଲ ପାରିତ କରିବାକୁ ୫ ଦିନରୁ ଅଧିକ ସମୟ ନେଇଛି। କେରଳରେ ୯୪ ପ୍ରତିଶତ ବିଲ ବିତର୍କ ଏବଂ ବିଚାର ବିମର୍ଷ ପରେ ଅତି କମରେ ପାଞ୍ଚ ଦିନ ପରେ ପାରିତ ହୋଇଛି। ଏହି ପ୍ରତିଶତ କର୍ନାଟକରେ ୭୦ ଏବଂ ମେଘାଳୟରେ ୮୦ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟାଡିୟମରେ ପ୍ରେମିକାଙ୍କୁ ପ୍ରପୋଜ କରୁଥିଲେ ପ୍ରେମିକ: ରିଙ୍ଗ୍‌ ପିନ୍ଧାଇବା ସମୟରେ ଘଟିଗଲା ଏମିତି କିଛି…ଦେଖନ୍ତୁ Video

ମୁମ୍ବାଇ,୩୦।୩: ଆଇପିଏଲ୍‌ ୨୦୨୬ ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ମୁମ୍ବାଇ ଇଣ୍ଡିଆନ୍ସ ଜିତିଥିଲା। ମୁମ୍ବାଇ ଏବଂ…

ପଛରେ ପଡ଼ିଗଲେ କୋହଲି: ରୋହିତ ଭାଙ୍ଗିଦେଲେ ୫ ବଡ଼ ରେକର୍ଡ

ମୁମ୍ବାଇ,୩୦।୩: ରୋହିତ ଶର୍ମା ଚମତ୍କାର ଢଙ୍ଗରେ IPL 2026 ଆରମ୍ଭ କରିଥିଲେ। ସେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୭୮ ରନର ଏକ ଧମାକାଦାର…

ଶ୍ରୀରାମ ନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା; ଗର୍ଜିଲା ଛାତ୍ର କଂଗ୍ରେସ, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ ନେଇ ବିବାଦ…

ଗର୍ଲଫ୍ରେଣ୍ଡ୍‌ଙ୍କୁ ମହଙ୍ଗା ଗାଡ଼ି ଉପହାର ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ଦାମ ଜାଣିଲେ ଉଡିଯିବ ହୋଶ୍‌

ମୁମ୍ବାଇ,୩୦।୩: କିଛି ଦିନ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଫେରାରି (Ferrari 12Cilindri) କିଣିଛନ୍ତି। ଏହାର ମୂଲ୍ୟ ୧୨ କୋଟି ବୋଲି ଜଣାପଡ଼ିଛି। ଏବେ ତାଙ୍କ କାର…

କେନ୍ଦ୍ରୀୟ ମଣ୍ଡି ଖୋଲି ଆଜି ହିଁ ଧାନ କିଣନ୍ତୁ….ଦଣ୍ଡ ମାରି ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ପ୍ରତିବାଦ

ଯାଜପୁର,୩୦ା୩(ହର୍ଷବର୍ଦ୍ଧନ ବେହେରା): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି ।ଶତାଧିକ ଚାଷୀ ଟ୍ରାକ୍ଟର, ଅଟୋ ଇତ୍ୟାଦିରେ ଧାନ ବସ୍ତା ଲଦି ମେଡିକାଲ ଛକରୁ…

ଟ୍ରମ୍ପଙ୍କ ହୃଦୟ ଭାଙ୍ଗିଲେ ନେତାନ୍ୟାହୁ! ଇସ୍ରାଏଲ ଘୋଷଣା କରି କହିଲା….

ନୂଆଦିଲ୍ଲୀ,୩୦ା୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଇସ୍ରାଏଲ ଆମେରିକାକୁ ଏକ ବଡ଼ ଧୋକା ଦେଇଛି। ଇସ୍ରାଏଲ ସ୍ପଷ୍ଟ ଭାବରେ କହିଛି ଯେ ଏହାର ସେନା ଗ୍ରାଉଣ୍ଡ…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ହେମସାଗର ଭୋଇ ହେଲେ ପଦ୍ମପୁର ନୂତନ ଉପଜିଲାପାଳ

ପଦ୍ମପୁର,୩୦।୩( ପ୍ରଦୀପ୍ତ ଦାଶ ): ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲାପାଳ ଭାବେ ହେମସାଗର ଭୋଇଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri