୧୪ ଦିନରେ ଗଲାଣି ୬୩୫୪.୭୪୨ ଟନ୍‌ ଅକ୍ସିଜେନ୍‌

କଟକ ଅଫିସ,୭।୫: କରୋନା ସଂକ୍ରମଣ ଯୋଗୁ ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍‌ ଅଭାବ ଦେଖାଦେଇଛି। ଏଭଳି ସ୍ଥିତିରେ ସାରା ଦେଶକୁ ମେଡିକାଲ ଅକ୍ସିଜେନ୍‌ ଯୋଗାଇଛି ଓଡ଼ିଶା। ୧୪ ଦିନ ମଧ୍ୟରେ ଅନୁଗୋଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲାରୁ ୩୪୫ଟି ଟ୍ୟାଙ୍କରରେ ୬୩୫୪.୭୪୨ ଟନ୍‌ରୁ ଅଧିକ ଅକ୍ସିଜେନ୍‌ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଆନ୍ଧ୍ରପ୍ରଦେଶକୁ ୧୦୫ ଟ୍ୟାଙ୍କରରେ ୨୧୪୭ ଟନ୍‌, ତେଲଙ୍ଗାନାକୁ ୯୭ଟି ଟ୍ୟାଙ୍କରରେ ୧୬୫୭.୧୦୯ ଟନ୍‌, ତାମିଲନାଡୁକୁ ୭ଟି ଟ୍ୟାଙ୍କରରେ ୧୩୬.୪୨ ଟନ୍‌, ହରିୟାଣାକୁ ୪୧ ଟ୍ୟାଙ୍କରରେ ୭୮୩.୮୨୨ ଟନ୍‌, ମହାରାଷ୍ଟ୍ରକୁ ୧୪ ଟ୍ୟାଙ୍କରରେ ୨୩୪.୩୬ ଟନ୍‌, ଛତିଶଗଡ଼କୁ ୧୬ ଟ୍ୟାଙ୍କରରେ ୨୪୩.୪୬୧ ଟନ୍‌, ଉତ୍ତରପ୍ରଦେଶକୁ ୨୭ ଟ୍ୟାଙ୍କର୍‌ରେ ୪୮୮.୬୮ ଟନ୍‌, ମଧ୍ୟପ୍ରଦେଶକୁ ୩୫ ଟ୍ୟାଙ୍କର୍‌ରେ ୬୦୧.୫୨ ଟନ୍‌, ଦିଲ୍ଲୀକୁ ଦୁଇଟି ଟ୍ୟାଙ୍କରରେ ୩୩ ଟନ୍‌ ଏବଂ ପଞ୍ଜାବକୁ ଗୋଟିଏ ଟ୍ୟାଙ୍କରରେ ୨୯.୩୨ ଟନ୍‌ ଅକ୍ସିଜେନ୍‌ ପଠାଯାଇଛି ବୋଲି ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଗୁରୁବାର ଏକ ପ୍ରେସ୍‌ ବିବୃତିରେ ସୂଚନା ଦିଆଯାଇଛି।