୧୩ ଦିନରେ ସହରରୁ ୨୪ ଡେଙ୍ଗୁ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୧୪।୬ (ବନ୍ଦନା ସେଠୀ): ବର୍ଷାଋତୁ ଆରମ୍ଭ ନ ହେଉଣୁ ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧି ପାଇଛି। ରାଜ୍ୟରେ ଡେଙ୍ଗୁ ସଂକ୍ରମଣରେ ଖୋର୍ଦ୍ଧା ଜିଲା ସର୍ବଦା ଆଗରେ ରହୁଥିବାବେଳେ ଭୁବନେଶ୍ୱର ହଟ୍‌ସ୍ପଟ୍‌ ପାଲଟୁଛି। ଗତ ୨/୩ବର୍ଷ ଧରି ଏହି ଧାରା ବଜାୟ ରହିଛି। ସ୍ମାର୍ଟସିଟି ହୋଇ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସର୍ବାଧିକ ରହୁଥିବେଳେ, ପ୍ରତ୍ୟେକ ବର୍ଷ ବିଏମ୍‌ସି ଡେଙ୍ଗୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଛି। ଚଳିତ ଥର ମଧ୍ୟ ସମାନ ସ୍ଥିତି ଉପୁଜିବା ଆଶଙ୍କା ଦେଖାଦେଇଛି। ଜୁନ୍‌ ଆରମ୍ଭରୁ ୧୩ ତାରିଖ ସୁଦ୍ଧା ସହରରୁ ମୋଟ୍‌ ୨୪ଜଣ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବୁଦ୍ଧ ବିହାର ଏବଂ ପଟିଆ ଅଞ୍ଚଳରୁ ସର୍ବାଧିକ ୪ଜଣ ଲେଖାଏ ସଂକ୍ରମିତ ରହିଥିବା ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି। ମାତ୍ର ୧୩ ଦିନରେ ସହରରୁ ଏତେ ମାତ୍ରାରେ ସଂକ୍ରମିତ ଚିହ୍ନଟ ହେବା ପରେ ଏହାକୁ କିପରି ମୁକାବିଲା କରିବ ସେ ନେଇ ବିଏମ୍‌ସିର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି। ତେବେ ଏହି ସଂଖ୍ୟା କେବଳ ସରକାରୀ ଡାକ୍ତରଖାନାରେ ଡେଙ୍ଗୁ ଟେଷ୍ଟର ତଥ୍ୟ ହୋଇଥିବାବେଳେ ବେସରକାରୀ ସ୍ତରରେ ସଂକ୍ରମିତଙ୍କ ସଂଖ୍ୟା ଆହୁରି ଅଧିକ ରହିଥିବା ଜଣାଯାଇଛି। ଅପରପକ୍ଷେ ଏଥର ମଧ୍ୟ ବର୍ଷାଦିନ ପୂର୍ବରୁ ନାଳ, ରାସ୍ତାକଡ଼, ସ୍ଥିର ଜଳଉତ୍ସ ଓ ଅନ୍ୟ ଅଞ୍ଚଳରେ ସଫେଇ କାର୍ଯ୍ୟ ଶେଷ ହୋଇ ନ ଥିବାରୁ ଜୁନ୍‌ ମାସ ଶେଷ ନ ହେଉଣୁ ମଶାଙ୍କ ଉପଦ୍ରବ ଆରମ୍ଭ ହୋଇଯାଇଛି। ବିଏମ୍‌ସିର ଖାମଖିଆଲ ନୀତି ପାଇଁ ପ୍ରତିବର୍ଷ ସହରରେ ଡେଙ୍ଗୁ ସଂକ୍ରମଣ ରେକର୍ଡ ଛୁଇଁବାରେ ଲାଗିଛି। ଗତବର୍ଷ ସହରରୁ ପ୍ରାୟ ୫ହଜାର ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଏଥିରେ ୫ଜଣ ମୃତ୍ୟୁବରଣ କରିଥିଲେ। ଏନେଇ ବିଏମ୍‌ସିର ସ୍ବାସ୍ଥ୍ୟ ଅଧିକାରୀ ଡା. ଦୀପକ ବିଶୋଇ କହିଛନ୍ତି, ଏଲିସା ପଦ୍ଧତି ହିଁ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରିବାର ଠିକ୍‌ ମାଧ୍ୟମ। କ୍ୟାପିଟାଲ ହସ୍ପିଟାଲ, ଆର୍‌ଏମ୍‌ଆର୍‌ସି, ପଟିଆ ଏବଂ ଆଇଆର୍‌ସି ଭିଲେଜ୍‌ ହସ୍ପିଟାଲରେ ହେଉଥିବା ଟେଷ୍ଟିଂକୁ ହିସାବରେ ନିଆଯାଉଛି। ଘରୋଇ ହସ୍ପିଟାଲରେ ହେଉଥିବା ଟେଷ୍ଟରେ ଅନେକ ସମୟରେ ରିପୋର୍ଟ ଠିକ୍‌ ଆସେ ନାହିଁ। ତେଣୁ ସେଗୁଡିକୁ ହିସାବକୁ ନିଆଯାଏ ନାହିଁ। ଏବେସୁଦ୍ଧା ସହରରେ ସ୍ଥିତି ଭଲ ରହିଛି। ବୁଦ୍ଧବିହାର ଏବଂ ପଟିଆ ଅଞ୍ଚଳରେ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେହି ହସ୍ପିଟାଲରେ ଚିକିତ୍ସିତ ହେଉନାହାନ୍ତି। ସଂକ୍ରମିତ ଚିହ୍ନଟ ହେଉଥିବା ସ୍ଥାନକୁ ଟିମ୍‌ ଯାଇ ଲୋକଙ୍କୁ ସଚେତନ କରୁଛନ୍ତି। ଏହାବାଦ୍‌ ବିଏମସି ପକ୍ଷରୁ ନିୟମିତ କାର୍ଯ୍ୟ କରାଯାଉଛି। ୧୮ ତାରିଖ ଠାରୁ ଗଠନ ହୋଇଥିବା ସ୍ବତନ୍ତ୍ର ଟିମ୍‌ ଘରକୁ ଘର ବୁଲି ସର୍ଭେ କରିବେ। ଏବେ ପ୍ରବଳ ଗରମ ହେଉଥିବାରୁ ମଶାଧୂଆଁ ଦେବା ସମ୍ଭବ ନୁହେଁ। ତେବେ ମଶା ଲାର୍ଭା ନଷ୍ଟ କରିବା ପାଇଁ ସତ୍ୟନଗର ଓ ଶହୀଦନଗର ନାଳରେ ଗମ୍ବୁସିଆ ମାଛ ଛଡ଼ାଯାଇଥିବା ଡା. ବିଶୋୟୀ କହିଛନ୍ତି।

ଫେଲ୍‌ ମାରୁଛି ରଣନୀତି

ସହରରେ ଡେଙ୍ଗୁ ସଂକ୍ରମଣ କମାଇବା ପାଇଁ ବିଏମ୍‌ସି ବିଭିନ୍ନ ସମୟରେ ଭିନ୍ନଭିନ୍ନ ରଣନୀତି ଆପଣାଉଛି। କେତେବେଳେ ଡ୍ରାଏ ପାଳନ ତ ଆଉ କେତେବେଳେ ଗଣ ସଫେଇ କାର୍ଯ୍ୟକ୍ରମ ହାତକୁ ନେଉଛି। ସେହିପରି ଘରକୁ ଘର ବୁଲି ସର୍ଭେ କରିବା, ଫଗିଂ କରିବା, ନାଳରେ ଗମ୍ବୁସିଆ ମାଛ ଛାଡିବା ଭଳି ବିଭିନ୍ନ ପଦକ୍ଷେପ ନେଉଛି। ମାତ୍ର ଏତେ ପରେ ବି ସବୁ ଚେଷ୍ଟା ଫେଲ୍‌ ମାରୁଛି। କାରଣ ଡେଙ୍ଗୁ ମଶା ସାଧାରଣତଃ ସ୍ଥିର ଜଳରେ ଅଣ୍ଡା ଦେଉଛନ୍ତି, ଯାହା ଉପରେ ବିଏମ୍‌ସି ଦୃଷ୍ଟି ଦେଉନାହିଁ। ସେହିପରି ଗମ୍ବୁସିଆ ଏବଂ ଗପି ମାଛକୁ ବୋହିଯାଉଥିବା ଜଳ ଉତ୍ସ ବା ନାଳରେ ପକାଯାଉଛି। ଫଳରେ ଏହି ମାଛମାନେ ମଶାଙ୍କ ଲାର୍ଭା ଖାଇବାରେ ସଫଳ ହେଉଛନ୍ତି। ମାତ୍ର ଡେଙ୍ଗୁ ବାହାକ ମଶାଙ୍କ କ୍ଷେତ୍ରରେ ତାହା ଲାଭଦାୟକ ହେଉନାହିଁ। ସେହିପରି ନାଳ ନର୍ଦ୍ଦମାରେ କରାଯାଉଥିବା ଫଗିଂ ମଧ୍ୟ କାମ କରୁନାହିଁ। ଅପରପକ୍ଷେ ଡେଙ୍ଗୁ ମଶା ସାଧାରଣତଃ ଦିନବେଳା କାମୁଡୁଥିବାବେଳେ ବିଏମ୍‌ସି ସନ୍ଧ୍ୟାରେ ମଶାଧୂଆଁ ଛାଡ଼ିଥାଏ। ତେଣୁ ଡେଙ୍ଗୁ ସଂକ୍ରମଣକୁ ରୋକିବା ଦିଗରେ ବିଏମ୍‌ସି ସଫଳ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri