ଇମ୍ରାନ୍‌ଙ୍କ ହେଲିକପ୍ଟର କଲା ଜରୁରୀକାଳୀନ ଅବତରଣ…

ଇସଲାମାବାଦ,୯।୧୦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ହେଲିକପ୍ଟରରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହାକୁ ଜରୁରୀକାଳୀନ ଅବତରଣ କରାଯାଇଛି।ତାଙ୍କୁ ରାୱଲପିଣ୍ଡିରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଇମ୍ରାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ ଟୁଇଟରରେ କହିଛି ଯେ ଇମ୍ରାନ ଖାଇବର ପାସ୍ତୁନଖ୍ବା ପ୍ରଦେଶର ଡେରା ଇସମାଇଲ ଖାନରୁ ଇସଲାମାବାଦ ନିବାସ ବାନି ଗାଲାକୁ ଯାଉଥିଲେ।

ତେବେ ତ୍ରୁଟି ଜଣାପଡ଼ିବା ପରେ ହେଲିକପ୍ଟରକୁ ରାୱଲପିଣ୍ଡିର ଆଡିଆଲା ଗ୍ରାମରେ ଜରୁରୀକାଳୀନ ଅବତରଣ କରିବାକୁ ପାଇଲଟ ବାଧ୍ୟ ହୋଇଥିଲେ। ସୂଚନାଯୋଗ୍ୟ, ଗତ ମାସରେ ଖରାପ ପାଗ ଯୋଗୁ ଇମ୍ରାନଙ୍କ ବିମାନକୁ ଇସଲାମାବାଦରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା।

Share