ବିପଦରେ ଇମ୍ରାନଙ୍କ ସରକାର

କରାଚି,୧୯।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଆସନ ପ୍ରତି ବିପଦ ବଢିବାରେ ଲାଗିଛି। ଇତିମଧ୍ୟରେ ବିରୋଧୀ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ବେଳେ ଇମ୍ରାନଙ୍କ ଦଳ (ପାକିସ୍ତାନ ତେହରିକ-ଏ-ଇନ୍‌ସାଫ)ରେ ମଧ୍ୟ ବିଦ୍ରୋହ ଦେଖା ଦେଇଛି। ଦଳର ପ୍ରାୟ ଦୁଇ ଡଜନ ଏମ୍‌ପି ଖୋଲାଖୋଲି ଇମ୍ରାନଙ୍କ ବିରୋଧରେ ଭୋଟ ଦେବାକୁ ଧମକ ଦେଉଛନ୍ତି।

ପାକିସ୍ତାନ ମୁସ୍ଲିମ ଲିଗ-କାୟଦ (ପିଏମଏଲ-କ୍ୟୁ)ର ମୁଖ୍ୟ ଚୌଧୁରୀ ପରଭେଜ ଇଲାହୀ କହିଛନ୍ତି, ଇମ୍ରାନଙ୍କ ସରକାର ସମସ୍ୟାରେ ରହିଛି। ସରକାରଙ୍କୁ ବଞ୍ଚାଇବା ଏବେ କଷ୍ଟକର। ପ୍ରଧାନମନ୍ତ୍ରୀ ଇମ୍ରାନ ନିଜ ଏମ୍‌ପିମାନଙ୍କୁ ବୁଝାଇବାରେ ସଫଳ ହୁଅନ୍ତି ହୁଏତ କିଛିଦିନ ସରକାର ଚାଲିପାରେ। ଯଦି ଇମ୍ରାନ ବୁଝାଇବାରେ ବିଫଳ ହୁଅନ୍ତି ସରକାର ଭାଙ୍ଗିବା ନିଶ୍ଚିତ ବୋଲି ସୂଚନା ଦେଇଛନ୍ତି।

ପାକିସ୍ତାନରେ ବିରୋଧୀ ଦଳ ଇମ୍ରାନଙ୍କ ବିରୋଧରେ ଅବିଶାସ ପ୍ରସ୍ତାବ ଆଣିଛି। ଏନେଇ ୨୮ ମାର୍ଚ୍ଚରେ ଭୋଟ ଗ୍ରହଣ କରାଯିବ। ଅନ୍ୟପକ୍ଷେ ଇମ୍ରାନଙ୍କ ଦଳର ପାଖପାଖି ୧୮ରୁ ୨୦ ଏମ୍‌ପି ଦଳ ବିରୋଧରେ ଭୋଟ ଦେବାକୁ ଚେତାବନୀ ଦେଇଛନ୍ତି। ଏଭଳି ସ୍ଥତିରେ ଇମ୍ରାନଙ୍କ ଅଡୁଆ ବଢିବାରେ ଲାଗିଛି।
ସୂଚନା ଯୋଗ୍ୟ, ଇମ୍ରାନ ସରକାରଙ୍କ ପାଖରେ ବର୍ତ୍ତମାନ ୧୭୯ ଏମ୍‌ପିଙ୍କ ସମର୍ଥନ ରହିଛି। ବହୁମତ ପାଇଁ ୧୭୨ ସାଂସଦଙ୍କ ସମର୍ଥନ ଦରକାର। ସହଯୋଗୀ ଦଳର ୭ ଏମ୍‌ପି ଇମ୍ରାନ ସରକାରଙ୍କୁ ସମର୍ଥନ ଦେଉଛନ୍ତି। ହେଲେ ଇମ୍ରାନ ସରକାରଙ୍କ ୧୮ରୁ ୨୦ ଏମ୍‌ପି ବିପକ୍ଷ ଦଳକୁ ସମର୍ଥନ କରିବାକୁ ଚାହୁଁଛନ୍ତି। ଏପରି ସ୍ଥିତିରେ ଇମ୍ରାନଙ୍କ ସରକାର ଭାଙ୍ଗିବା ଏକ ପ୍ରକାର ନିଶ୍ଚିତ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri