ଇମ୍ରାନଙ୍କ ଦାବି ଯୋଗୁ ପାକିସ୍ତାନରେ ରକ୍ତପାତ ହେବାର ଆଶଙ୍କା…

ଇସଲାମାବାଦ,୩୦।୧ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀଙ୍କ ବିଷୟରେ ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ନୂଆ ଦାବି ଦେଶର ରାଜନୀତିରେ ଅଶାନ୍ତି ସୃଷ୍ଟି କରିଛି। ଏହି ସମୟରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ କହିଛନ୍ତି ଯେ ଇମ୍ରାନ ଖାନଙ୍କ ଦାବି ଦେଶରେ ରକ୍ତପାତର କାରଣ ହୋଇପାରେ ଏବଂ ପିପିପି ସହ-ଅଧ୍ୟକ୍ଷଙ୍କ ଜୀବନ ମଧ୍ୟ ବିପଦରେ ପଡିପାରେ।

ପ୍ରକୃତରେ, ଇମ୍ରାନ ଖାନ ଦାବି କରିଛନ୍ତି ଯେ ଆସିଫ ଅଲି ଜରଦାରୀ ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି ଏବଂ ଏଥିପାଇଁ ଏକ ଆତଙ୍କବାଦୀ ସଂଗଠନକୁ ମଧ୍ୟ ଟଙ୍କା ଦେଇଛନ୍ତି। ତାଙ୍କୁ ହତ୍ୟା କରିବା ପାଇଁ ଦୁଇଟି ଅସଫଳ ଉଦ୍ୟମ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ତଥାପି, ବର୍ତ୍ତମାନ ଯୋଜନା ପ୍ରସ୍ତୁତ ହୋଇସାରିଛି। ଅନ୍ୟପକ୍ଷରେ ପିପିପି ସଭାପତି ବିଲାୱାଲ ଭୁଟ୍ଟୋ କହିଛନ୍ତି ଯେ ଇମ୍ରାନଙ୍କ ଅଭିଯୋଗ ବିରୋଧରେ ତାଙ୍କ ଦଳ ଆଇନଗତ ମତାମତ ନେଉଛି।

Share