କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭୂମିକାରେ ରହିବେ ଇମ୍ରାନ

ଇସଲାବାବାଦ,୪ା୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିପକ୍ଷରେ ରବିବାର ବିରୋଧୀଙ୍କ ପକ୍ଷରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ନ୍ୟାଶନାଲ ଆସେମ୍ବ୍ଲିରେ ପ୍ରତ୍ୟାଖ୍ୟାନ କରାଯାଇଥିଲା। ସୋମବାର କ୍ୟାବିନେଟ୍‌ ଭଙ୍ଗ ପାଇଁ ଡେପୁଟି ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ଶୁଣାଣି ହେବ। ଏହି ମାମଲାରେ କୋର୍ଟ ସୋ ମୋଟୁ କଙ୍ଗିଜାନ୍ସ ନେଇଛନ୍ତି। ପାକିସ୍ତାନର ପ୍ରଧାନ ବିଚାରପତି ଉମର ଅତା ବନ୍ଦିଆଲ, ଜଷ୍ଟିସ ଇଜାଜୁଲ ଅହସାନ ଏବଂ ଜଷ୍ଟିସ ମହମ୍ମଦ ଅଲି ମଜହରଙ୍କୁ ନେଇ ଗଠିତ ୩ ଜଣିଆ ବେଞ୍ଚ ଏହି ମାମଲାର ଶୁଣାଣି କରିବେ। ଏହି ସମୟରେ ରାଷ୍ଟ୍ରପତି ଆରିଫ୍‌ ଅଲ୍‌ଭିଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ସମ୍ବିଧାନର ଧାରା ୨୨୪-ଏ (ଏ) ଅନୁଯାୟୀ ଇମ୍ରାନ ଖାନ୍‌ କାର୍ଯ୍ୟନିର୍ବାହୀ ଭୂମିକାରେ କାର୍ଯ୍ୟ ତୁଲାଇବେ।

Share