ଅକ୍ସଫୋର୍ଡ ୟୁନିଭର୍ସିଟି ଚାନ୍ସେଲର ନିର୍ବାଚନ ଲଢ଼ିବେ ଇମ୍ରାନ୍‌

ଇସ୍‌ଲାମାବାଦ/ଲଣ୍ଡନ,୨୭ା୭: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏକଦା ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟିରେ ପାଠ ପଢ଼ୁତ୍ଥିଲେ। ଇମ୍ରାନ୍‌ ଏବେ ଏହି ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟର ଚାନ୍ସେଲର ପଦ ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଅନ୍‌ଲାଇନ୍‌ ବାଲଟ୍‌ ଜରିଆରେ ଏହି ନିର୍ବାଚନ ହେବ ବୋଲି ତାଙ୍କର ଜଣେ ସହଯୋଗୀ ସୂଚନା ଦେଇଛନ୍ତି। ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ପ୍ରତିଷ୍ଠାତା ଇମ୍ରାନ୍‌ ଖାନ୍‌ ୨୦୧୮ ଅଗଷ୍ଟରୁ ୨୦୨୨ ଏପ୍ରିଲ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ। ସେ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୧୦ ବର୍ଷ ଜେଲଦଣ୍ଡ ଭୋଗୁଛନ୍ତି। କ୍ରିକେଟରରୁ ରାଜନେତା ସାଜିଥିବା ଇମ୍ରାନ୍‌ ବ୍ରିଟେନ୍‌ରେ ରହୁଥିବାବେଳେ ୧୯୭୧ରେ ଅକ୍ସଫୋର୍ଡ ୟୁନିଭର୍ସିଟି ଅଧୀନ କେବ୍‌ଲେ କଲେଜରେ ଅର୍ଥନୀତି ଓ ରାଜନୀତି ବିଜ୍ଞାନ ଅଧ୍ୟୟନ କରୁଥିଲେ। ସେହି ସମୟରେ ସେ ଅକ୍ସଫୋର୍ଡ ୟୁନିଭର୍ସିଟି କ୍ରିକେଟ ଟିମ୍‌ର କ୍ୟାପ୍‌ଟେନ୍‌ ଥିଲେ। ସେ ୨୦୦୫ରୁ ୨୦୧୪ ପର୍ଯ୍ୟନ୍ତ ବ୍ରାଡ୍‌ଫୋର୍ଡ ୟୁନିଭର୍ସିଟି କୁଳାଧିପତି ଦାୟିତ୍ୱ ତୁଲାଇ ସାରିଛନ୍ତି। ତେଣୁ ଅକ୍ସଫୋର୍ଡ ୟୁନିଭର୍ସିଟି ଚାନ୍ସେଲର ପଦ ପାଇଁ ଇମ୍ରାନ୍‌ ଜଣେ ଯୋଗ୍ୟ ପ୍ରାର୍ଥୀ ବୋଲି ତାଙ୍କ ରାଜନୈତିକ ବ୍ୟାପାର ପରାମର୍ଶଦାତା ସୟେଦ ଜୁଲ୍‌ଫି ବୁଖାରୀ ସୂଚନା ଦେଇଛନ୍ତି। ଏକ୍ସ’ରେ ବୁଖାରୀ କହିଛନ୍ତି, ଇମ୍ରାନ୍‌ ନିର୍ବାଚନ ଲଢ଼ନ୍ତୁ ବୋଲି ଲୋକେ ଚାହୁଁଛନ୍ତି। ତେବେ ବିଚାରବିମର୍ଶ କରି ଖୁବ୍‌ଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ।
ପ୍ରକାଶ ଯେ, ଅକ୍ସଫୋର୍ଡ ୟୁନିଭର୍ସିଟି ଚାନ୍ସେଲର ପଦବୀ ଲାଗି ପ୍ରଥମ ଥର ପାଇଁ ପାରମ୍ପରିକ ପ୍ରକ୍ରିୟା ପରିବର୍ତ୍ତେ ଅନ୍‌ଲାଇନ୍‌ ଜରିଆରେ ନିର୍ବାଚନ ହେବାକୁ ଯାଉଛି। ଏଥିରେ ବିଶ୍ୱବିଦ୍ୟାଳୟର ୩,୫୦,୦୦୦ ଛାତ୍ରୀଛାତ୍ର ମତଦାନ କରିବେ। ଉକ୍ତ ବିଶ୍ୱବିଦ୍ୟାଳୟର ସ୍ନାତକ ବିଶେଷକରି ରାଜନେତାମାନେ ଏହି ସମ୍ମାନଜନକ ପଦ ଅଳଙ୍କୃତ କରିଥାନ୍ତି। ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ଏବଂ ବୋରିସ୍‌ ଜନ୍‌ସନ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି। ୮୦ ବର୍ଷୀୟ ଚାନ୍ସେଲର ଲର୍ଡ ପଟ୍ଟେନ୍‌ ୨୧ ବର୍ଷ କାର୍ଯ୍ୟ କରି ଇସ୍ତଫା ଦେବା ପରେ ଏହି ପଦବୀ ଖାଲିପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

ଆମେରିକା-ଇରାନ ଯୁଦ୍ଧକୁ ନେଇ ବଡ଼ ଦାବି କଲାଣି ପାକିସ୍ତାନ, କହିଲା ‘ସବୁ କିଛି ଟ୍ରାକରେ…’

ଇସଲାମାବାଦ,୪।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବା ପାଇଁ ଏହାର ପ୍ରୟାସ ବନ୍ଦ ହୋଇଯାଇଥିବା ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛି। ପାକିସ୍ତାନର ବୈଦେଶିକ…

ଟ୍ରମ୍ପଙ୍କ ସାପ୍ତାହିକ ଛୁଟି ବାତିଲ, ଜାଣନ୍ତୁ ପୂରା ମାମଲା…

ଓ୍ବାଶିଂଟନ,୪ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଓ୍ବିକ୍‌ଲି ଅଫ୍‌ ବା ସାପ୍ତାହିକ ଛୁଟି ବାତିଲ କରିଛନ୍ତି। ହ୍ବାଇଟ୍‌ ହାଉସରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରମ୍ପ ଏହି…

ହର୍ମୁଜରେ ଖୋଲିଲା ନୂଆ ରାସ୍ତା, ଯୁଦ୍ଧ ମଧ୍ୟରେ ଜାହାଜଗୁଡ଼ିକୁ ମିଳିଲା ନିରାପଦ ପଥ, ଇରାନକୁ ଘାରିଲାଣି ଚିନ୍ତା

ତେହରାନ,୪ା୪: ବିଶ୍ୱ ସାମୁଦ୍ରିକ ବାଣିଜ୍ୟ ପାଇଁ ଆଶ୍ୱସ୍ତିକର ଖବର ଆସିଛି। ହର୍ମୁଜ ପ୍ରଣାଳୀରେ ଏକ ନୂତନ ସାମୁଦ୍ରିକ ପଥ ଖୋଲିଥିବା ପରି ମନେ ହେଉଛି, ଯାହା ବାଣିଜି୍ୟକ…

‘ଟ୍ରମ୍ପ ଦୟାକରି କିଛି କୁହନ୍ତୁ…’ ଆମେରିକା ରାଷ୍ଟ୍ରପତିଙ୍କୁ ପରିହାସ କଲା ଇରାନ

ତେହରାନ,୪।୪:  ଗତ ୨୪ଘଣ୍ଟା ମଧ୍ୟରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ ଖସାଇବା ପରେ ଇରାନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରିହାସ କରିଛନ୍ତି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ପରିହାସ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri