ଡ୍ରାଗନ୍‌କୁ ଖୁସି କରିବା ପାଇଁ ଇମ୍ରାନ୍‌ କହିଲେ ଏଭଳି…

ଲାହୋର,୩୦।୬: ଚାଇନାକୁ ଖୁସି କରିବା ଲାଗି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପ୍ରୟାସ ଜାରି ରଖିଛନ୍ତି। ଚାଇନାର କମ୍ୟୁନିଷ୍ଟ ଶାସକଙ୍କ ୧୦୦ ବର୍ଷ ଶାସନ ପୂରଣ ଲାଗି ଇମ୍ରାନ୍‌ ଏବେ ନୂଆ ରଣନୀତି ଆପଣେଇଛନ୍ତି। ଡ୍ରାଗନ୍‌କୁ ଖୁସି କରିବା ପାଇଁ ଇମ୍ରାନ୍‌ ଚାଇନାର ସରକାରୀ ଟିଭି ଚ୍ୟାନେଲ ସିଜିଟିଏନ୍‌ରେ ଏକ ସାକ୍ଷାତ୍‌କାରରେ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ଅନ୍ୟ ପାଶ୍ଚାତ୍ୟ ଦେଶ ଏବଂ ଆମେରିକା ଚାଇନା ସହିତ ବନ୍ଧୁତା ନ ରଖିବାକୁ ପାକିସ୍ତାନ ଉପରେ ଚାପ ପକାଉଥିବା ଇମ୍ରାନ୍‌ କହିଛନ୍ତି। ପାକିସ୍ତାନ ଚାଇନାର ସପକ୍ଷରେ କଥା କହୁଥିବାରୁ ଏଭଳି ନ କରିବାକୁ ଆମେରିକା ତାଗିଦ୍‌ କରୁଥିବା ସେକ କହିଛନ୍ତି। ଭାରତର ନାମ ନେଇ ଇମ୍ରାନ୍‌ କହିଛନ୍ତି ଯେ, ପଡ଼ୋଶୀ ଦେଶ ସହିତ ଯେବେ ଯେବେ ସଂଘର୍ଷ ହୋଇଛି ଚାଇନା ସବୁବେଳେ ପାକିସ୍ତାନ ସହିତ ଛିଡ଼ା ହୋଇଛି। ଇମ୍ରାନ୍‌ ଏଭଳି ମନ୍ତବ୍ୟ ଦେଇ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ କୃପାଦୃଷ୍ଟିରେ ରହିବାର ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି।

Share