ବିବାହ କଲେ ଇମ୍ରାନ ଖାନଙ୍କ ଦ୍ୱିତୀୟ ସ୍ତ୍ରୀ

ଇସ୍‌ଲାମାବାଦ,୨୩।୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବ ସ୍ତ୍ରୀ ରେହମ ଖାନ ପୁଣି ଥରେ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ରେହମ ଏହି ସୂଚନା ଦେଇଛନ୍ତି। ଖବରନୁଯାୟୀ, ରେହମ ଇମ୍ରାନ ଖାନଙ୍କ ଦ୍ୱିତୀୟ ସ୍ତ୍ରୀ ଥିଲେ। ଇମ୍ରାନ ଖାନ ଏବଂ ରେହମ ଖାନ ୬ ଜାନୁୟାରୀ ୨୦୧୫ ରେ ବିବାହ କରିଥିଲେ, ମାତ୍ର ବିବାହର ୯ ମାସ ମଧ୍ୟରେ ସେମାନଙ୍କର ସମ୍ପର୍କ ଭାଙ୍ଗିଯାଇଥିଲା ଏବଂ ଉଭୟ ଅଲଗା ହୋଇଯାଇଥିଲେ। ନିକଟରେ ରେହମ ଗୋଟିଏ ସ୍ଥାନରେ ଅତିଥି ଭାବରେ ନଜର ଆସିଥିଲେ। ଯେଉଁଠାରେ ସେ କହିଥିଲେ, ସେ ଦୁଇଟି ଅସଫଳ ବିବାହର ସମ୍ମୁଖୀନ ହୋଇଛନ୍ତି। ବର୍ତ୍ତମାନ ସେ ତୃତୀୟ ଥର ପାଇଁ ବିବାହ କରିବାକୁ ଚାହୁଁଛନ୍ତି।

Share