ଇମ୍ରାନଙ୍କ ସମ୍ପର୍କୀୟଙ୍କୁ ବିଚ ରାସ୍ତାରେ ମାଡ, ଭିଡିଓ କଲେ ଅଭିଯୁକ୍ତ

ଇସଲାମାବାଦ,୧୦ ।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମ୍ପର୍କୀଙ୍କ ପାଇଁ ଲାଗାତାର ଭାବେ ଅସୁବିଧା ବଢିବାରେ ଲାଗିଛି । ଇସଲାମାବାଦରେ ପାକିସ୍ତାନର ଜଣେ ବରିଷ୍ଠ ଖବରଦାତାଙ୍କୁ ତାଙ୍କ ଅଫିସ ବାହାରେ ବିଚ ରାସ୍ତା ଉପରେ ଖୁବ୍ ମାଡ ହୋଇଛି । ଏହି ସମୟରେ ଅଭିଯୁକ୍ତମାନେ ସମ୍ପୂର୍ଣ୍ଣ ଘଟଣାର ଭିଡିଓ ବି କରିଛନ୍ତି । ସୂଚନାଯୋଗ୍ୟ, ପାକିସ୍ତାନରେ ମିଡିଆକର୍ମୀଙ୍କ ଉପରେ ଉତ୍ପିଡନ ମାମଲା ବଢିବାରେ ଲାଗିଛି । ଏବେ ପର୍ଯ୍ୟନ୍ତ କେତେଜଣ ଖବରଦାତାଙ୍କ ଉପରେ ଆକ୍ରମଣ ଖବର ସାମ୍ନାକୁ ଆସିଲାଣି ।
ସୂଚନା ମୁତାବକ ପୀଡ଼ିତ ଖବରଦାତା ହେଉଛନ୍ତି ଶମି ଇବ୍ରାହିମ । ସେ ବୋଲ ଟିଭିରେ କାମ କରୁଛନ୍ତି । ଶନିବାର ଅର୍ଥାତ୍ ୯ ଜୁଲାଇରେ ସେ ଇସଲାମାବାଦରେ ମେଲୋଡି ଅଞ୍ଚଳରେ ଥିବା ତାଙ୍କ ଅଫିସ ବାହାରେ ଠିଆ ହୋଇଥିବା ବେଳେ ୩ ଅଜ୍ଞାତ ବ୍ୟକ୍ତି ତାଙ୍କ ଉପରେ ଆକ୍ରମଣ କରିଥିଲେ । ଏହାର ଭିଡିଓ କରି ଅଭିଯୁକ୍ତମାନେ ରେଜିଷ୍ଟ୍ରେଶନ ପ୍ଲେଟ ଲାଗିଥିବା ଗାଡିରେ ବସି ଫେରାର ହୋଇଯାଇଥିଲେ । କୁହାଯାଉଛି ସେମାନେ ଯେଉଁ କାର ବ୍ୟବହାର କରିଛନ୍ତି ସେଭଳି କାର୍ ରାଜ୍ୟ ସରକାରଙ୍କ ଅଧିକାରୀମାନେ ବ୍ୟବହାର କରିଥାଆନ୍ତି ।

Share