୪ ବିଦେଶୀ ଉପହାର ବିକ୍ରି କରିଛନ୍ତି ଇମ୍ରାନ

ଇସଲାମାବାଦ,୮ା୯: ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍‌ ସ୍ବୀକାର କରିଛନ୍ତି ଯେ, ସେ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ପାଇଥିବା ୪ଟିି ବିଦେଶୀ ଉପହାର ବିକ୍ରି କରିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଇମ୍ରାନ ବୁଧବାର ତୋଶାଖାନା ମାମଲାରେ ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ନିକଟରେ ଏକ ଜବାବ ଦାଖଲ କରିଛନ୍ତି।

ପିଟିଆଇ ମୁଖ୍ୟ କହିଛନ୍ତି, ପିକେଆର୍‌ ୨୧.୫୬. ମିଲିୟନ ଦେବା ପରେ ରାଜ୍ୟ ରାଜକୋଷରୁ କିଣାଯାଇଥିବା ଉପହାର ବିକ୍ରୟରୁ ପ୍ରାୟ ପିକେଆର୍‌ ୫୮ ମିଲିୟନ ଗ୍ରହଣ କରାଯାଇଛି।

ସୂଚନାନୁଯାୟୀ, ଗୋଟିଏ ଉପହାରରେ ଗ୍ରାଫ୍‌ ହାତଘଣ୍ଟା, ଏକ ହଳେ କଫ୍‌ ଲିଙ୍କ, ଦାମୀ କଲମ ଏବଂ ଗୋଟିଏ ରିଙ୍ଗ୍‌ ଥିବାବେଳେ ଅନ୍ୟ ତିନୋଟି ଉପହାରରେ ୪ଟି ରୋଲେକ୍ସ ଘଣ୍ଟା ଥିଲା।

ଏହାପୂର୍ବରୁ ଏପ୍ରିଲରେ ପାକିସ୍ତାନ ଡେମୋକ୍ରାଟିକ ମୁଭ୍‌ମେଣ୍ଟ (ପିଡିଏମ) ରେଫରେନ୍ସ ଦାଖଲ କରିଥିଲା, ଇମ୍ରାନ କେବଳ ‘ତୋଶଖାନା’ରୁ ଘରକୁ ନେଇଯାଇଥିବା କିଛି ଜିନିଷ ପାଇଁ ଦେୟ ଦେଇଛନ୍ତି, କିନ୍ତୁ ସେ ଅଧିକାଂଶ ଜିନିଷପତ୍ର ବିନା ଦେୟରେ ନେଇଥିଲେ।

Share