ପାକିସ୍ତାନରେ ପେଟ୍ରୋଲ-ଡିଜେଲ ୩୦ ଟଙ୍କା ବୃଦ୍ଧି, ଶହବାଜ ସରକାରଙ୍କୁ ଟାର୍ଗେଟ କରି ପୁଣିଥରେ ଭାରତକୁ ପ୍ରଶଂସା କଲେ ଇମ୍ରାନ

ଇସଲାମାବାଦ,୨୭ ।୫: ପାକିସ୍ତାନରେ ରାଜନୈତିକ ଓ ଆର୍ଥିକ ସଙ୍କଟ ମଧ୍ୟରେ ପେଟ୍ରୋଲ-ଡିଜେଲରେ ୩୦ ଟଙ୍କା ବୃଦ୍ଧି ହୋଇଛି । ପାକିସ୍ତାନରେ ଏବେ ଲୋକେ ପେଟ୍ରୋଲ ୧୭୯.୮୬ ଟଙ୍କା ଓ ଡିଜେଲ ୧୭୪.୧୫ ଟଙ୍କାରେ କିଣିବେ । ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶହବାଜ ଶରିଫ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଶହବାଜ ଶରିଫ ସରକାରଙ୍କୁ ଅସମ୍ବେଦନଶୀଳ ବୋଲି କହିଛନ୍ତି । ସରକାରଙ୍କ ସମାଲୋଚନା କରି ଇମ୍ରାନ କହିଛନ୍ତି ଏବେକାର ସରକାର ‘ଅସମ୍ବେଦନଶୀଳ ସରକାର’ । ପାକିସ୍ତାନର ତହରିକ-ଏ-ଇନସାଫ(ପିଟିଆଇ) ଦଳ ଦ୍ୱାରା ରୁଷିଆ ସହ ୩୦ ପ୍ରତିଶତ ଶସ୍ତା ତୈଳ ପାଇଁ ହୋଇଥିବା ବୁଝାମଣାକୁ ସରକାର ଆଗକୁ ବଢାଇଲେ ନାହିଁ । ଫଳରେ ଏବେ ଦେଶରେ ପେଟ୍ରୋଲ ଡିଜେଲ ଦାମ ଆକାଶଛୁଆଁ ହୋଇଛି ।
ଏହାସହ ଇମ୍ରାନ ଭାରତକୁ ପୁଣିଥରେ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଭାରତ ରୁଷିଆଠାରୁ ଶସ୍ତା ତେଲ କ୍ରୟ କରି ଲିଟର ପିଛା ୨୫ ଟଙ୍କା ହ୍ରାସ କରିବାରେ ଭାରତ ସଫଳ ହୋଇଛି ।

Share