‘ଭାରତ ଖୁସିରେ ଘୋଷଣା କରୁଛି ପାକିସ୍ତାନର ବିନାଶ’, ଇମ୍ରାନ କହିଲେ ଆମ ପିଲାଙ୍କର ଭବିଷ୍ୟତ ନାହିଁ

ଇସଲାମାବାଦ,୧୨ ।୩: ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ମୁଖ୍ୟ ଓ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶନିବାର ଜିଲ-ଏ-ଶାହର ଇସାଲ-ଏ-ସବାବ ପାଇଁ ଏକ ସଭାକୁ ସମ୍ବୋଧିତ କରି ଭାରତୀୟ ଟେଲିଭିଜନ ମିଡିଆ ସମ୍ପର୍କରେ କଥା ହୋଇଛନ୍ତି । ସେ କହିଛନ୍ତି ପାକିସ୍ତାନର ପରିସ୍ଥିତି ଉପରେ ଭାରତୀୟ ଟେଲିଭିଜନ ଚ୍ୟାନେଲ ଉପହାସ କରୁଛନ୍ତି ।
ଇମ୍ରାନ କହିଛନ୍ତି, ଭାରତୀୟ ଟେଲିଭିଜନ ଚ୍ୟାନେଲ ଖୁସିରେ ପ୍ରକାଶ କରୁଛନ୍ତି ଯେ ପାକିସ୍ତାନ କିପରି ବିନାଶ ଆଡକୁ ପାଦ ବଢାଉଛି । ସେ ଅଭିଯୋଗ କରିଛନ୍ତି କି ବର୍ତ୍ତମାନର ନେତାଙ୍କ ନିକଟରେ ପାକିସ୍ତାନ ଓ ବିଦେଶରେ ବହୁ ସମ୍ପତ୍ତି ରହିଛି ହେଲେ ସେମାନେ ପାକିସ୍ତାନ ଲୋକଙ୍କ କଥା ଚିନ୍ତା କରୁ ନାହାନ୍ତି । ସେ କହିଛନ୍ତି ପାକିସ୍ତାନରେ ଆଇନର କୌଣସି ବ୍ୟବସ୍ଥା ନାହିଁ, ଆଉ ଦେଶ ଯେଉଁଭଳି ଭାବେ ଆଗକୁ ବଢୁଛି ପାକିସ୍ତାନ ପିଲାମାନଙ୍କର କୌଣସି ଭବିଷ୍ୟତ ନାହିଁ ।

Share