ଇମ୍ରାନ ଖାଁଙ୍କ ସମ୍ପର୍କୀୟ ଗିରଫ, ପୂର୍ବତନ ପ୍ରଧାନମନ୍ତ୍ରୀ କହିଲେ ଗିରଫ ନୁହେଁ ଅପହରଣ

ଇସଲାମାବାଦ,୧୦ ।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଜଣେ ନିକଟ ସମ୍ପର୍କୀୟଙ୍କୁ ମଙ୍ଗଳବାର ଗିରଫ କରାଯାଇଛି । ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ସାକ୍ଷାତ୍‌କାର ସମୟରେ ରାଜଦ୍ରୋହ ସମ୍ପର୍କୀୟ ବୟାନ ଦେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଏହା ପୂର୍ବରୁ ଚ୍ୟାନେଲର ପ୍ରସାରଣ ଉପରେ ବି ପ୍ରତିବନ୍ଧକ ଲଗାଇ ଦିଆଯାଇଛି ।
ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ) ନେତା ଶହବାଜ ଗିଲ ସୋମବାର ଏଆରୱାଇର ଏକ ସମାଚାର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ସେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ସେନା ବିରୋଧି ଦର୍ଶାଇବାକୁ ଯାଇ ଶହବାଜ ଶରିଫ ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ ।
ଅନ୍ୟପଟେ ପାକିସ୍ତାନର ଇଲକ୍ଟ୍ରୋନିକ ମିଡିଆ ନିୟାମକ ପ୍ରାଧିକରଣ ଚ୍ୟାନେଲରେ ପ୍ରସାରିତ ତଥ୍ୟକୁ ମିଛ, ବିଦ୍ରୋହ କରିବା ଭଳି ଓ ରାଜଦ୍ରୋହ ବୋଲି କହିବା ସହ ଏହାକୁ ନେଇ ଚ୍ୟାନେଲକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ଅନ୍ୟପଟେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଗିଲଙ୍କ ଗିରଫକୁ ଗିରଫ ବୋଲି ନ କହି ବରଂ ଏହା ଅପହରଣ ବୋଲି କହିଛନ୍ତି ।

Share