ଭିଡିଓ ମେସେଜ ରେକର୍ଡ କଲେ ଇମ୍ରାନ, ହତ୍ୟା ପରେ ଭାଇରାଲ କରିବାକୁ ନିର୍ଦ୍ଦେଶ

ଇସଲାମାବାଦ,୧୬ ।୫: ଗାଦିଚ୍ୟୁତ ହେବା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ତାଙ୍କ ଜୀବନ ବିପଦରେ ଥିବା ଦେଖାଯାଉଛି । ଇମ୍ରାନ ଫୈସଲାବାଦ ଜଲସାରେ ଏକ ସଭାକୁ ସମ୍ବୋଧନ ଦେବା ବେଳେ କହିଥିଲେ କେତେଜଣ ଲୋକ ତାଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ହେଉଛନ୍ତି । ଯଦି ତାଙ୍କର କିଛି ହୁଏ ତେବେ ପାକିସ୍ତାନ ରାଷ୍ଟ୍ର ତାଙ୍କ ପକ୍ଷରୁ ନ୍ୟାୟ ମାଗିବ । ଏହା ପୂର୍ବରୁ ସିଆଲକୋର୍ଟ ରାଲିରେ ଇମ୍ରାନ କହିଥିଲେ ତାଙ୍କୁ ହତ୍ୟା କରିବାର ଯୋଜନା ପ୍ରସ୍ତୁତ କରାଯାଉଛି । ପ୍ରସ୍ତୁତକର୍ତ୍ତାଙ୍କ ଯୋଜନାକୁ ଦେଖି ମୁଁ ଏକ ଭିଡିଓ ରେକର୍ଡ କରିଛି । ଯେଉଁଥିରେ ଯୋଜନାକରୀଙ୍କ ନାମ ସାମିଲ ଅଛି । ଯଦି ମୋର କିଛି ହୁଏ ତେବେ ଏହି ଭିଡିଓକୁ ସାର୍ବଜନିକ ବା ଭାଇରାଲ କରାଯିବ । ଫୈସଲାବାଦରେ ନିଜ ରାଲିକୁ ସମ୍ବୋଧନ କରିବା ସମୟରେ ଇମ୍ରାନ ଖାଁ ବିଲାବଲ ଓ ତାଙ୍କ ପିତା ଆସିଫ ଅଲି ଜରଦାରୀଙ୍କ ଉପରେ ଭ୍ରଷ୍ଟାଚାରୀ ଓ ନିଜ ସମ୍ପତ୍ତିକୁ ସାରା ବିଶ୍ୱରେ ସଂଗୃହିତ କରିବା ଅଭିଯୋଗ ଆଣିଛନ୍ତି ।

Share