‘ତୁମେ ପାକିସ୍ତାନର ହିରୋ’…

ଇସଲାମାବାଦ,୫ ।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି । ତାଙ୍କ ଡାହାଣ ଗୋଡରେ ଗୁଳି ବାଜିଥିଲେ ବ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଇମ୍ରାନ ଖାଁ ଗୁରୁବାର ବଜିରାବାଦରେ ଏକ ରାଲିରେ ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା । ହେଲେ ଏହି ରାଲିରେ ଥିବା ଜଣେ ଯୁବକଙ୍କ ପାଇଁ ସେ ବଞ୍ଚି ଯାଇଥିଲେ । ଏବେ ଉକ୍ତ ଯୁବକ ଜଣଙ୍କ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ହସ୍ପିଟାଲରେ ଭେଟିବାର ଫଟୋ ଭାଇରାଲ ହୋଇଛି । ଏଥିରେ ଇମ୍ରାନ ଉକ୍ତ ଯୁବକଙ୍କୁ ଅଟୋଗ୍ରଫ ଦେବା ସହ ତାଙ୍କୁ ପାକିସ୍ତାନର ହିରୋ ବୋଲି କହିଛନ୍ତି ।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଜୀବନ ରକ୍ଷାର ସମସ୍ତ ଶ୍ରେୟ ଇବତିସାମ ଇବ୍ରାହିମଙ୍କୁ ଦିଆଯାଉଛି । ସେ ନିଜ ଜୀବନକୁ ବାଜି ଲଗାଇ ଖାଁଙ୍କ ସୁଟରଙ୍କୁ ଧରିଥିଲେ । ଇବ୍ରାହିମଙ୍କ ଅନୁଯାୟୀ, ଇମ୍ରାନଙ୍କୁ ନେଇ ଯାଉଥିବା ଗାଡ଼ିଠାରୁ ୧୦-୧୨ ଫୁଟ ଦୂରରେ ଥିବା ବେଳେ ସୁଟର ଆକ୍ରମଣ କରିଥିଲା, ଯେଉଁଥିରେ ଏକ କଣ୍ଟେନର ଲାଗିଥିଲା । ଇବ୍ରାହିମ ଜଣେ ବ୍ୟକ୍ତିଙ୍କୁ ତାଙ୍କ ବନ୍ଧୁକରେ ଗୁଳି ଭର୍ତ୍ତି କରିବା ଓ ୭୦ ବର୍ଷିୟ ପିଟିଆଇ ନେତାଙ୍କ ଉପରେ ନଜର ରଖିଥିବା ସେ ଦେଖିଲେ । ତେବେ ସେ ଗୁଳି କରି ପଳାଇଯିବା ସମୟରେ ତଳେ ପଡିଯିବାରୁ ଇବ୍ରାହିମ ତାଙ୍କ ହାତକୁ ଧରି ନେଇଥିଲେ । ଉଭୟଙ୍କ ମଧ୍ୟରେ ଟଣାଭିଡା ହେବା ପରେ ତାଙ୍କ ହାତରୁ ବନ୍ଧୁକ ଖସି ଯାଇଥିଲା ଓ ସେ ଧରାପଡିଥିଲେ ।

Share