Categories: ଖେଳ

ତୃତୀୟ ବିବାହ କରି ଚର୍ଚ୍ଚାରେ ଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଦେଶ ବିଦେଶର କ୍ରିକେଟରଙ୍କ ପ୍ରେମ ଏବଂ ବିବାହକୁ ନେଇ ସର୍ବଦା ଚର୍ଚ୍ଚା ଲାଗି ରହିଥାଏ। କେବଳ ବିବାହ ନୁହେଁ ବ୍ରେକ୍‌ଅପ୍‌କୁ ନେଇ ମଧ୍ୟ ଆଲୋଚନା ହୋଇଥାଏ। ଏମିତି କିଛି କ୍ରିକେଟର ଅଛନ୍ତି ସେମାନେ ୨-୨ଥର ବିବାହ କରିଛନ୍ତି। କିନ୍ତୁ ସେମାନଙ୍କଠାରୁ ଆଗରେ ଅଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର୍‌ ଇମ୍ରାନ ଖାନ୍‌। ସେ ୩ ଥର ବିବାହ କରିଥିଲେ। ଇମ୍ରାନ ଆଜି ତାଙ୍କ ୬୯ ତମ ଜନ୍ମଦିନ ପାଳନ କରୁଛନ୍ତି। ପାକିସ୍ତାନର ଜଣେ ପ୍ରସିଦ୍ଧ କ୍ରିକେଟର୍‌ ଭାବେ ଜଣାଶୁଣା ଇମ୍ରାନ ୧୯୯୫ରେ ଇଂଲଣ୍ଡର ଜେମିମା ଗୋଲ୍ଡ ସ୍ମିଥ୍‌ଙ୍କୁ ବିବାହ କରିଥିଲେ। ୯ ବର୍ଷ ପରେ ତାଙ୍କୁ ଛାଡପତ୍ର ଦେଇଥିଲେ। ୨୦୧୫ରେ ସେ ଟିଭି ସାମ୍ବାଦିକା ରେହମ ଖାନଙ୍କୁ ବିବାହ କରିଥିଲେ। ଏହି ବିବାହ ମଧ୍ୟ ବେଶୀ ଦିନ ତିଷ୍ଠି ପାରି ନ ଥିଲା। ସେ ତାଙ୍କୁ ଛାଡପତ୍ର ଦେଇଥିଲେ। ୨୦୧୮ରେ ସେ ବୁଶରା ମାନେକାଙ୍କୁ ତୃତୀୟ ବିବାହ କରିଥିଲେ। ବୁଶ୍‌ରାଙ୍କ ୫ଟି ସନ୍ତାନ ମଧ୍ୟ ଅଛନ୍ତି।

Share