୬୮ ଲକ୍ଷ ଟଙ୍କାର ବ୍ୟାଗ୍‌ ଧରି ଛୁ’

ଇସଲାମାବାଦ୍‌,୬।୪: ପାକିସ୍ତାନରେ ଚାଲିଥିବା ରାଜନୈତିକ ସଙ୍କଟ ଭିତରେ ଜଣେ ମହିଳାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସମ୍ପୃକ୍ତ ମହିଳା ଜଣଙ୍କ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ତ୍ରୀ ବୁଶାରା ବିବିଙ୍କ ବନ୍ଧୁ ଫରହା ଖାନ୍‌। ତାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିଛି। ଗିରଫ ଭୟରେ ସେ ଦେଶ ଛାଡି ଦୁବାଇ ପଳାଇଥିବା ଅଭିଯୋଗ ହୋଇଛି। ନିକଟରେ ଫରହା  ବିମାନରେ ଯାତ୍ରା କରୁଥିବା ବେଳର ଗୋଟିଏ ଫଟୋ ସାମ୍ନାକୁ ଆସିବା ପରେ ବିବାଦ ଦେଖାଯାଇଛି। ଫଟୋରେ ତାଙ୍କ ପାଖରେ ଗୋଟିଏ ଦାମୀ ବ୍ୟାଗ ରହିଛି। ଏହି ବ୍ୟାଗ୍‌ର ମୂଲ୍ୟ ୬୮ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ଅବଶ୍ୟ ଫଟୋଟି କେବେ ଉଠା ଯାଇଛି, ସେକଥା ଜଣାପଡିନାହିଁ। ପାକିସ୍ତାନ ମୁସଲିମ ଲିଗ ନୱାଜ(ପିଏମଏଲ-ଏନ)ର ନେତ୍ରୀ ରୋମିନା ଖୁର୍ସିଦ ଆଲମ ଫରହାଙ୍କ ଏହି ଫଟୋକୁ ଟୁଇଟ୍‌ କରି କହିଛନ୍ତି, ଫରହା ହେଉଛନ୍ତି ବୁଶାରା ବିବିଙ୍କ ପାଖରେ କାମ କରୁଥିବା ମହିଳା। ଏବେ ସେ ଦେଶରୁ ଫେରାର ହୋଇ ଯାଇଛନ୍ତି। ତାଙ୍କ ପାଖରେ ଥିବା ବ୍ୟାଗ ମଲ୍ୟ ୯୦ ହଜାର ଡଲାର। ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ, ସରକାରୀ ଅଫିସରଙ୍କ ବଦଳି ଓ ପୋଷ୍ଟିଂ ପାଇଁ ଫରାହ ଖାନ ବିପୁଳ ପରିମାଣର ଲାଞ୍ଚ ନେଇଛନ୍ତି। ସେ ପ୍ରାୟ ୬୦୦ କୋଟି ଟଙ୍କାର ଦୁର୍ନୀତି କରିଛନ୍ତି। ଏବେ ଦେଶରେ ସଙ୍କଟ ଚାଲିଥିବାବେଳେ ସେ ଗିରଫ ଭୟରେ ଦେଶ ଛାଡି ଚାଲିଯାଇଛନ୍ତି।

Share