ପ୍ରେମରେ ପଡ଼ିଛନ୍ତି ଇମରାନ ଖାଁଙ୍କ ପୂର୍ବପତ୍ନୀ ଅବନ୍ତିକା

ବମ୍ବେ: ବଲିଉଡ୍‌ ଅଭିନେତା ଇମରାନ ଖାଁଙ୍କ ପୂର୍ବପତ୍ନୀ ଅବନ୍ତିକା ମଲିକଙ୍କ ଜୀବନରେ ମିଷ୍ଟ୍ରିମ୍ୟାନ୍‌ଙ୍କ ଏଣ୍ଟ୍ରି। ତାଙ୍କର ସୋସିଆଲ ମିଡିଆ ପୋଷ୍ଟ ପରେ ଏଭଳି କିଛି କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି।

୮ ବର୍ଷର ବିବାହ ପରେ ଅବନ୍ତିକା ଇମରାନଙ୍କଠାରୁ ଅଲଗା ହୋଇଥିଲେ। ୨୦୨୦ରେ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଛାଡ଼ପତ୍ର ନେଇ ଜଣାଇଥିଲେ। ହେଲେ ଏବେ ଜାନୁୟାରୀରେ ସେ ଗତ ବର୍ଷର କିଛି ଫଟୋ ଶେୟାର କରିଛନ୍ତି। ଫଟୋଗୁଡ଼ିକରେ ଇମରାନ ନଜର ଆସି ନ ଥିବା ବେଳେ ଆଉ ଜଣେ ମିଷ୍ଟ୍ରିମ୍ୟାନଙ୍କୁ ତାଙ୍କ ସହ ଦେଖାଯାଇଛି।

ଅବନ୍ତିକାଙ୍କ ପୋଷ୍ଟ ଭାଇରାଲ ହେବା ପରେ ବ୍ୟକ୍ତିଜଣଙ୍କ କିଏ ସେନେଇ ପ୍ରଶଂସକ ଉତ୍ସୁକତା ଦେଖାଇଥିଲେ। ଶେଷରେ ତାଙ୍କ ପରିଚୟ ମିଳିଛି। ଯୁବ ଅଭିନେତା ସାହିବ ସିଂହ ଲାମ୍ବା ତାଙ୍କ ସହ ଥିବା ସ୍ପଷ୍ଟ ହୋଇଛି। ସାହିବ ଏବେ ନାଁ କମାଇବାକୁ ଷ୍ଟ୍ରଗଲ କରୁଛନ୍ତି। ଏବେ ସେ ଅବନ୍ତିକାଙ୍କୁ ଡେଟ୍‌ କରୁଥିବା କୁହାଯାଉଛି।

Share