ଇମ୍ରାନଙ୍କ ଓଲଟା ଗଣତି ଆରମ୍ଭ

ଇସଲାମାବାଦ,୩୧ ।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଅବିଶ୍ୱାସ ପ୍ରସ୍ତାବ ଉପରେ ମତଦାନ ପୂର୍ବରୁ ବହୁମତ ହରାଇ ସାରିଛନ୍ତି । ହେଲେ ଗାଦି ଛାଡୁ ନାହାନ୍ତି ବା ଛାଡିବାକୁ ଚାହୁଁ ନାହାନ୍ତି । ସେ ଇସ୍ତଫା ଦେବେ ନାହିଁ ବୋଲି ଅଡି ବସିଛନ୍ତି । କିନ୍ତୁ ଏପଟେ ନିଜ ସାଂସଦମାନେ ବିରୋଧିଙ୍କ ଆଡକୁ ଢଳି ଗଲେଣି । ଗୁରୁବାର ପାକିସ୍ତାନ ସଂସଦରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନା ହେବ । ଅନୁମାନ କରାଯାଉଛି କି ଦିନେ ଦୁଇଦିନ ମଧ୍ୟରେ ଯେତେବେଳେ ଭୋଟିଂ ହେବ ସେତେବେଳେ ଇମ୍ରାନ ଗାଦିଚ୍ୟୁତ ହେବେ ।
ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ସେନା ମୁଖ୍ୟ ଓ ଆଇଏସ୍ ମୁଖ୍ୟଙ୍କ ସହ ଇମ୍ରାନଙ୍କର ଏକ ସ୍ୱତନ୍ତ୍ର ସାକ୍ଷାତ୍ କାର ହୋଇଥିଲା । ଅନୁମାନ କରାଯାଉଥିଲା କି ସେନା ଇମ୍ରାନଙ୍କୁ ସାହାଯ୍ୟ କରିବାକୁ ମନା କରି ଦେଇଛି । ହେଲେ ଏବେ ଇମ୍ରାନ ସରକାରରେ ଥିବା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫୱାଦ ଚୌଧୁରି ଦୃଢତାର ସହ କହିଛନ୍ତି ସେନା ମୁଖ୍ୟ ଇମ୍ରାନଙ୍କୁ ଇସ୍ତଫା ଦେବା କଥା କହି ନାହାନ୍ତି ।

Share