ଯେକୌଣସି ସମୟରେ ଗିରଫ ହୋଇପାରନ୍ତି ଇମ୍ରାନ ଖାନ୍‌

ଇସଲାମାବାଦ୍‌,୨।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ ବଢିବାରେ ଲାଗିଛି। ଯେକୌଣସି ସମୟରେ ସେ ଗିରଫ ହୋଇପାରନ୍ତି ବୋଲି ସୂଚନା ମିଳିଛି। ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶେହଓ୍ବାଜ୍‌ ଶରିଫ୍‌ଙ୍କ ବିରୋଧରେ ନାରାବାଜି ମାମଲାରେ ଇମ୍ରାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପାକିସ୍ତାନର ଗୃହ ମନ୍ତ୍ରୀ ରାଣା ସନାଉଲ୍ଲାହଙ୍କ ସୂଚନା ମୁତାବକ, ମଦିନାରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ମାମଲାରେ ଇମ୍ରାନଙ୍କ ଗିରଫ କରାଯାଇପାରେ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ପ୍ରଧାମନ୍ତ୍ରୀ ଶେହଓ୍ବାଜ୍‌ ଶରିଫ୍‌ ସାଉଦି ଆରବ ଗସ୍ତରେ ଯାଇଥିଲେ। ମଦିନାରେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପ୍ରତିନିଧିମଣ୍ଡଳ ବିରୋଧରେ ‘ଚୋର-ଚୋର’ ନାରାବାଜି ଲାଗିଥିଲା। ଇମ୍ରାନଙ୍କ ଇସାରାରେ ଏଭଳି କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି।

Share