Categories: ଖେଳ

କେବେ ଓ୍ବାଇଡ୍‌ ବଲ୍‌ ପକାଇ ନ ଥିଲେ ଏହି ବିଶ୍ୱସ୍ତରୀୟ ଖେଳାଳି

ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ୬୮ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୫୨, ଅକ୍ଟୋବର ୫ରେ ଲାହୋରରେ ଜନ୍ମଗ୍ରହଣ କରିଥିବା ଇମ୍ରାନ ଖାନ ନିଜ ଖେଳ ପାଇଁ ବେଶ୍‌ ପ୍ରସିଦ୍ଧ ଥିଲେ। ପାକିସ୍ତାନ ପାଇଁ ଆଇସିସି ବିଶ୍ୱକପ ଜିତିବା ସହିତ ସହିତ ଇମ୍ରାନଙ୍କ ନାମରେ ଅନେକ ବଡ଼ କ୍ରିକେଟ ରେକର୍ଡ ରହିଛି। ଏହି ରେକର୍ଡଗୁଡିକ ମଧ୍ୟରୁ ଏପରି ଏକ ରେକର୍ଡ ଅଛି, ଯାହା କେବଳ କିଛି କ୍ରିକେଟର ହାସଲ କରିଛନ୍ତି। ଇମ୍ରାନ ଖାନ ଦୁନିଆର ସବୁଠୁ ବଡ ଅଲରାଉଣ୍ଡର ଭାବେ ଜଣାଶୁଣା ଥିଲେ। ତାଙ୍କ କ୍ୟାରିୟରର ସବୁଠାରୁ ବିଶେଷ ରେକର୍ଡ ହେଉଛି ଯେ ସେ କେବେ ବି ଓ୍ବାଇଡ୍‌ ବଲ ବୋଲିଂ କରିନାହାଁନ୍ତି। ପାକିସ୍ତାନ ପାଇଁ ୮୮୍‌ଟି ଟେଷ୍ଟ ମ୍ୟାଚ ଏବଂ ୧୭୫ଟି ଏକଦିବସୀୟ ଖେଳିଥିବା ଇମ୍ରାନ ଖାନ ତାଙ୍କ କ୍ରିକେଟ କ୍ୟାରିୟରରେ କୌଣସି ଓ୍ବାଇଡ୍‌ ବଲ ବୋଲିଂ କରି ନ ଥିଲେ। ୧୯୮୨ ମସିହାରେ ଇମ୍ରାନ ଖାନ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ହୋଇଥିଲେ। ୧୯୮୭ରେ ଭାରତକୁ ଭାରତରେ ପରାସ୍ତ କରିଥିବା ପ୍ରଥମ ପାକିସ୍ତାନ ଅଧିନାୟକ ହୋଇଥିଲେ। ୧୯୯୨ରେ ଇମ୍ରାନ ଖାନଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଏକମାତ୍ର ବିଶ୍ୱକପ ଟାଇଟଲ ଜିତିଥିଲା। ଇମ୍ରାନ ତାଙ୍କ କ୍ୟାରିୟରରେ ଅନେକ ବଡ଼ ସଫଳତା କରିଥିଲେ।
୧୯୮୭ ବିଶ୍ୱକପ ଶେଷ ହେବା ପରେ ଇମ୍ରାନ ଖାନ ଅବସର ଘୋଷଣା କରିଥିଲେ। ଏହା ପରେ ପାକିସ୍ତାନର ଏକଛତ୍ରବାଦୀ ଶାସକ ଜେନେରାଲ ଜିଆ-ଉଲ-ହକ ଇମ୍ରାନ ଖାନଙ୍କୁ ଦଳର ଦାୟିତ୍ୱ ଗ୍ରହଣ କରିବାକୁ କହିଥିଲେ। ଏଥିରେ ଇମ୍ରାନ ରାଜି ହୋଇଯାଇଥିଲେ।

Share