‘ହକିକି ଆଜାଦି ମାର୍ଚ୍ଚ’ ପାଇଁ ପ୍ରସ୍ତୁତ ହେଉଛନ୍ତି ଇମ୍ରାନ

ଇସଲାମାବାଦ୍‌,୪।୧୦: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଥମିବାର ନାଁ ଧରୁନି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ମୁଖ୍ୟ ଇମ୍ରାନ ଖାନ ବର୍ତ୍ତମାନ ଇସଲାମାବାଦରେ ‘ହକିକି ଆଜାଦି ମାର୍ଚ୍ଚ’ ପାଇଁ ପ୍ରସ୍ତୁତ ହେବାକୁ ଦଳର କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାନୁସାରେ, ଅକ୍ଟୋବର ୯ରେ ମହମ୍ମଦଙ୍କ ଜନ୍ମ ବାର୍ଷିକୀ ପରେ ପାର୍ଟି କର୍ମୀଙ୍କୁ ଯେକୌଣସି ସମୟରେ ଦୀର୍ଘ ପଦଯାତ୍ରା ପାଇଁ କୁହାଯାଇପାରେ।
ଦେଶରେ ଖୁବ୍‌ଶୀଘ୍ର ନିର୍ବାଚନ ଦାବି କରି ପିଟିଆଇ ବର୍ତ୍ତମାନର ସରକାର ବିରୋଧରେ ଏକ ଫ୍ରଣ୍ଟ ଖୋଲିବାକୁ ଚେଷ୍ଟା କରୁଛି। ଇମ୍ରାନ କହିଛନ୍ତି, ଏଥର ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଆଜାଦି ମାର୍ଚ୍ଚ କରାଯିବ। ନିର୍ବାଚନ ହିଁ ପାକିସ୍ତାନର ଆର୍ଥିକ, ରାଜନୈତିକ ସଙ୍କଟକୁ ସମାପ୍ତ କରିପାରିବ। ସଠିକ ସମୟରେ ନିର୍ବାଚନ ଦେଶକୁ ଆର୍ଥିକ ସଙ୍କଟରୁ ରକ୍ଷା କରିପାରିବ।

Share