‘ଭାରତକୁ ଉପକୃତ କରୁଛନ୍ତି ଇମ୍ରାନ’

ଇସଲାମାବାଦ,୧୭ା୯: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ବାଜା ଆସିଫ୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଚେତାବନୀ ଦେଇଛନ୍ତି। ପାକିସ୍ତାନ ସେନା ମୁଖ୍ୟଙ୍କ ନିଯୁକ୍ତିକୁ ନେଇ ବିବାଦ ବନ୍ଦ କରିବାକୁ ସେ ଇମ୍ରାନଙ୍କୁ କହିଛନ୍ତି। କାରଣ ଭାରତ ଏହାର ଫାଇଦା ନେଉଛି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଇମ୍ରାନଙ୍କ ବିବାଦୀୟ ବିବୃତ୍ତି ଭାରତକୁ ଶକ୍ତି ପ୍ରଦାନ କରୁଛି। ସମ୍ବିଧାନରେ ପ୍ରସ୍ତୁତ ଆଇନ ଅନୁଯାୟୀ,  ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ତାଙ୍କୁ ନିଯୁକ୍ତ କରିଛନ୍ତି।

ଇମ୍ରାନଙ୍କ ପାକିସ୍ତାନୀ ସେନା ମୁଖ୍ୟଙ୍କ ନିଯୁକ୍ତିକୁ ଅଗଷ୍ଟ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଦାବି କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ସେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଦେଶକୁ ବିପଦରେ ପକାଇ ଭାରତକୁ ଖୁସି କରିବାକୁ ଦେବେ ନାହିଁ। ସେ କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରୀଙ୍କ ନିଯୁକ୍ତି କାର୍ଯ୍ୟସୂଚୀ ଅନୁଯାୟୀ ନଭେମ୍ବରରେ କରାଯିବ। ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ୍‌ (ପିଟିଆଇ) ମୁଖ୍ୟ ଇମ୍ରାନଙ୍କୁ ଦେଶରେ ରାଜନୈତିକ ଅନିଶ୍ଚିତତା ସୃଷ୍ଟି କରିବାକୁ ଅନୁମତି ଦେବ ନାହିଁ, କାରଣ ସେ ଏହା କରି ଭାରତକୁ ଉପକୃତ କରୁଛନ୍ତି।

Share