ଅଭିନେତ୍ରୀଙ୍କ ସହ ରୋମାନ୍ସ କରୁଥିବା ଇମ୍ରାନ ହାସ୍‌ମୀ ଆଲିଆଙ୍କ ସହ କରନ୍ତି ନାହିଁ ଏପରି କିଛି, କାରଣ ଜାଣିଲେ…

ଫିଲ୍ମକୁ ସୁପରହିଟ କରିବା ପାଇଁ, ହିରୋ ହିରୋଇନ୍‌ ମଧ୍ୟରେ ରୋମାନ୍ସ ସିନ୍‌ ରହିବା ଜରୁରୀ। ଏପରି ସିନ୍‌ ନ ଥିଲେ ଦର୍ଶକ ଫିଲ୍ମକୁ ପସନ୍ଦ କରୁ ନ ଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଯେତେବେଳେ ଷ୍ଟାରମାନେ ପରଦାରେ ରୋମାନ୍ସ କରନ୍ତି, ସେମାନଙ୍କୁ ଦେଖି, ଦର୍ଶକ ଖୁସି ହୋଇଥାନ୍ତି। ଏପରି ଅନେକ ଯୋଡି ଅଛନ୍ତି ଯେଉଁମାନଙ୍କ ରୋମାନ୍ସ ସିନ୍‌ ପାଇଁ ଦର୍ଶକ ପାଗଳ। ତଥାପି, ବଲିଉଡରେ କିଛି ତାରକା ଏପରି ମଧ୍ୟ ଅଛନ୍ତି, ଯେଉଁମାଙ୍କୁ ପରଦାରେ ରୋମାନ୍ସ କରିଥିବା କେବେବି ଦେଖିବାକୁ ମିଳି ନ ଥିାଏ। ସେମାନଙ୍କ ମଧ୍ୟରୁ
ଇମ୍ରାନ ହାଶ୍ମି, ଆଲିଆ ଭଟ୍ଟ ଅନ୍ୟତମ। ତେବେ ଜାଣନ୍ତୁ କାହିଁକି ଏ ଦୁହିଁଙ୍କ ରୋମାନ୍ସ ସିନ୍‌ ଦେଖିବାକୁ ମିଳି ନ ଥାଏ।

ବଲିଉଡର କିସର୍‌ କୁହାଯାଉଥିବା ଇମ୍ରାନ ହାଶ୍ମି ପରଦାରେ କୌଣସିଭି ଅଭିନେତ୍ରୀଙ୍କୁ ରୋମାନ୍ସ କରିପାରନ୍ତି, କିନ୍ତୁ ସେ ଆଲିଆ ଭଟ୍ଟଙ୍କ ସହ ତାହା କରିପାରିବେ ନାହିଁ। ବାସ୍ତବରେ ଇମ୍ରାନ ଏବଂ ଆଲିଆ ସମ୍ପର୍କୀୟ ଅଟନ୍ତି । ଆଲିଆଙ୍କ ମା’ ଏବଂ ଇମ୍ରାନଙ୍କ ବାପା ଗୋଟିଏ ମା’ର ସନ୍ତାନ । ଏଭଳି ପରିସ୍ଥିତିରେ ଇମ୍ରାନ ଏବଂ ଆଲିଆ ପରସ୍ପରର ଭାଇଭଉଣୀ ଅଟନ୍ତି ଏବଂ ଏହି କାରଣରୁ ଆଲିଆ ଏବଂ ଇମ୍ରାନଙ୍କୁ ରୋମାଣ୍ଟିକ ଭୂମିକାରେ ଦେଖିବାକୁ ମିଳେ ନାହିଁ।

Share