Categories: ଜାତୀୟ

ଇମ୍ରାନ୍‌ ସରକାରଙ୍କ ପାଇଁ କଣ୍ଟା ପାଲଟିଛନ୍ତି ଦାଉଦ୍‌: ଚାହୁଁଛନ୍ତି କରିବାକୁ ହତ୍ୟା !

ନୂଆଦିଲ୍ଲୀ/ଇସଲାମାବାଦ୍‌, ୨୭।୮: ଅଣ୍ଡର ଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସରକାରଙ୍କ ପାଇଁ କଣ୍ଟା ପାଲଟିଛନ୍ତି। ଦାଉଦ୍‌ଙ୍କୁ ପାକିସ୍ତାନ ସୈନ୍ୟ ବାହିନୀ ହତ୍ୟା କରିବାକୁ ଚାହୁଁଛି। କିନ୍ତୁ ପାକିସ୍ତାନରେ ଏଭଳି ନ କରି ବାହାରେ କରିବାକୁ ଚାହୁଁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରୁ ନାହିଁ। କିଛି ଦିନ ତଳେ ପାକିସ୍ତାନ ସରକାର ଦାଉଦ୍‌ କରାଚୀରେ ଥିବା ସ୍ବୀକାର କରିଥିଲେ ତେବେ ପରବର୍ତ୍ତୀ ସମୟରେ ଏହାକୁ ଖଣ୍ଡନ କରିଥିଲେ। ୧୯୮୦ରେ ପାକିସ୍ତାନ ସୈନ୍ୟ ବାହିନୀ ପାଇଁ ଦାଉଦ୍‌ ବେଶ୍‌ ଲାଭ ଜନକ ସାବ୍ୟସ୍ତ ହୋଇଥିଲେ। ଦାଉଦ୍‌ଙ୍କ ସହଯୋଗରେ ପାକିସ୍ତାନ ସୈନ୍ୟ ବାହିନୀ ଡ୍ରଗ୍ସ୍‌ ଚୋରା କାରବାରରୁ କୋଟି କୋଟି ଡଲାର ସଂଗ୍ରହ କରିଥିଲା। ମାତ୍ର ଏବେ ଦାଉଦ୍‌ଙ୍କ ଉପସ୍ଥିତି ଯୋଗୁ ପାକିସ୍ତାନକୁ ଅନ୍ତର୍ଜାତୀୟ ଚାପର ସମ୍ମୁଖୀନ ହେବାକୁ ପଡୁଛି। ଏଥିରୁ ପାକିସ୍ତାନ ସରକାର ମୁକ୍ତ ହେବାକୁ ଚାହୁଁଛନ୍ତି।

Share