ପୁଣି ପ୍ରେମରେ ପଡିଲେ ଇମ୍ରାନ

ବଲିଉଡ ଅଭିନେତା ଇମ୍ରାନ ଖାନ ତାଙ୍କର ପ୍ରଥମ ଫିଲ୍ମ ‘ଜାନେ ତୁ ୟା ଜାନେ ନା’ ସହିତ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ଏହାପରେ ଇମ୍ରାନ ଅନେକ ଫିଲ୍ମ କରିଥିଲେ। ଗତ କିଛି ବର୍ଷ ହେବ ଇମ୍ରାନ ପରଦାରୁ ନିଜକୁ ଦୂରେଇ ରଖିଛନ୍ତି। କେବଳ ଏତିକି ନୁହେଁ, ଦୀର୍ଘ ଦିନ ହେବ ସେ ସୋସିଆଲ ମିଡିଆଠାରୁ ମଧ୍ୟ ଦୂରରେ ଅଛନ୍ତି। ଗତ ବର୍ଷ ସେ ତାଙ୍କ ସ୍ତ୍ରୀ ଅବନ୍ତିକା ମଲିକଙ୍କଠାରୁ ଅଲଗା ହୋଇଥିଲେ। ଏବେ ଇମ୍ରାନଙ୍କୁ ନୂଆ ପ୍ରେମିକା ମିଳିଯାଇଥିବା ଚର୍ଚ୍ଚା ହେଉଛି। ନିକଟରେ ଇମ୍ରାନଙ୍କୁ ଦକ୍ଷିଣ ଅଭିନେତ୍ରୀ ଲେଖା ୱାଶିଂଟନଙ୍କ ସହ ଦେଖିବାକୁ ମିଳିଥିଲା। ଉଭୟ ହାତ ଧରାଧରି ହୋଇ ଯାଉଥିଲେ। ଏହାର ଭିଡିଓ ଭାଇରାଲ ହୋଇଛି।
ଭାଇରାଲ ଭିଡିଓରେ ଇମ୍ରାନ ଏକ କଳା ଟି-ଶର୍ଟ ଏବଂ ନୀଳ ଜିନ୍ସରେ ସୁପର କୁଲ ଦେଖାଯାଉଥିବାବେଳେ ଲେଖା ଏକ ଫ୍ଲୋରାଲ୍‌ ପ୍ରିଣ୍ଟ୍‌ ଡ୍ରେସ୍‌ ପିନ୍ଧିଥିଲେ। ଭିଡ଼ ଭିତରେ ଦୁଇଜଣ ପରସ୍ପରର ହାତ ଧରିଥିବାର ନଜର ଆସିଥିଲେ।
୨୦୦୮ ହିଟ ଫିଲ୍ମ ‘ଜାନେ ତୁ … ୟା ଜାନେ ନା’ ସହିତ ଇମ୍ରାନ ଖାନ ବଲିଉଡରେ ଡେବ୍ୟୁ କରିଥିଲେ। ତାଙ୍କୁ ଶେଷ ଥର ପାଇଁ ୨୦୧୫ ଫିଲ୍ମ ‘କଟ୍ଟିବଟ୍ଟି’ରେ ଦେଖିବାକୁ ମିଳିଥିଲା। ସେ ଗତ ବର୍ଷର କ୍ଷୁଦ୍ର ଚଳଚ୍ଚିତ୍ର ‘ମିଶନ ମାର୍ସ: କ୍ୟାପ ୱାକିଂ ଇଣ୍ଡିଆ’ ସହିତ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ। ତାଙ୍କ ଅଭିନୟ କ୍ୟାରିଅରରେ ଇମ୍ରାନ ‘ଏକ ମେନ ଅର ଏକ ତୁ’, ‘ଓ୍ବାନ୍ସ ଅପନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ ଦୋବାରା’, ‘ଗୋରୀ ତେରେ ପ୍ୟାର୍‌ ମେଁ’, ‘ମେରେ ବ୍ରଦର କି ଦୁଲହନ’ ଏବଂ ‘ଡେଲ୍ଲୀ ବେଲି’ ଭଳି ଫିଲ୍ମରେ ୍‌ଅଭିନୟ କରିଛନ୍ତି।

Share