Advertisement

ଶାହରୁଖ-ସଲମାନଙ୍କଠାରୁ ମଧ୍ୟ ଭଲ ଅଭିନୟ କରିପାରନ୍ତି ଇମ୍ରାନ୍‌…

ଇସଲାମାବାଦ,୭।୧୧ : ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ (ପିଡିଏମ) ମୁଖ୍ୟ ମୌଲାନା ଫଜଲୁର ରେହମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ କେବଳ ଡ୍ରାମା। ଇମ୍ରାନ ଅଭିନୟ ଦକ୍ଷତାରେ ଭାରତୀୟ ଫିଲ୍ମ ଅଭିନେତା ଶାହରୁଖ ଖାନ ଏବଂ ସଲମାନ ଖାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।

ଇସଲାମାବାଦରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରେହମାନ କହିଛନ୍ତି ଯେ ଯେତେବେଳେ ଆମେ ଜାଣିବାକୁ ପାଇଲୁ ଯେ ଇମ୍ରାନ ଖାନଙ୍କୁ ଗୁଳି କରାଯାଇଛି। ଆମେ ଚିନ୍ତିତ ଏବଂ ସମବେଦନା ଜଣାଇଥିଲୁ। କିନ୍ତୁ ବର୍ତ୍ତମାନ ଆମେ ହୃଦୟଙ୍ଗମ କରିଛୁ ଯେ ଏହା ପିଟିଆଇ ଦ୍ୱାରା ରଚାଯାଇଥିବା ଏକ ନୂତନ ଡ୍ରାମା।

ସେ ପ୍ରଧାନମନ୍ତ୍ରୀ ଶହେବାଜ ସରିଫ ସରକାରଙ୍କୁ କଠୋର ହେବାକୁ କହିଛନ୍ତି। କାହାକୁ ପାକିସ୍ତାନ ସହ ଖେଳିବାକୁ ଦିଆଯିବା ଉଚିତ ନୁହେଁ। ବର୍ତ୍ତମାନ ସେମାନଙ୍କ ସହ କୌଣସି କୋହଳ ମନୋଭାବ ପୋଷଣ କରାଯିବ ନାହିଁ।

ସୂଚନାଯୋଗ୍ୟ, ୱାଜିରାବାଦରେ ତାଙ୍କର ଦୀର୍ଘ ପଦଯାତ୍ରା ସମୟରେ ଗୁରୁବାର ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ଗୁଳି କରାଯାଇଥିଲା। ଏହି କାରଣରୁ ତାଙ୍କ ଗୋଡରେ ଗୁଳି ବାଜିଥିଲା। ଡାକ୍ତରଖାନାରେ ଅସ୍ତ୍ରୋପଚାର ପରେ ତାଙ୍କ ଗୋଡରୁ ଗୁଳି ବାହାର କରାଯାଇଥିଲା। ଏହି ଆକ୍ରମଣ ପାଇଁ ଇମ୍ରାନ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ, ଗୃହମନ୍ତ୍ରୀ ରାଣା ସନାଉଲ୍ଲା ଏବଂ ଆଇଏସଆଇର ବରିଷ୍ଠ ଅଧିକାରୀ ମେଜର ଜେନେରାଲ ଫୈସଲ ନାସିରଙ୍କୁ ଦାୟୀ କରିଛନ୍ତି। ସଫଳ ଅସ୍ତ୍ରୋପଚାର ପରେ ରବିବାର ଦିନ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ଲାହୋରର ଏକ ଘରୋଇ ବାସଭବନକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗରିକତ୍ୱ ବିଲ୍‌କୁ ମଞ୍ଜୁରୀ ଦେବାକୁ ମନାକଲେ ରାଷ୍ଟ୍ରପତି ବିଦ୍ୟା ଦେବୀ…

କାଠମାଣ୍ଡୁ, ୨୧।୯ : ନେପାଳର ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀ ନାଗରିକତ୍ୱ ବିଲ୍‌କୁ ମଞ୍ଜୁରୀ ଦେବାକୁ ମନା କରି ଦେଇଛନ୍ତି। ସଂସଦର ଉଭୟ ଗୃହ ଦ୍ୱାରା ଏହି...

ବଙ୍କରକୁ ଫେରିଯାଅ

ସିଟଲ,୧୩ା୬: ଆମେରିକାର ପଶ୍ଚିମ ଉପକୂଳରେ ଥିବା ସିଟଲ ସହରରେ ବିକ୍ଷୋଭକାରୀଙ୍କ ପୋଲିସମୁକ୍ତ ସ୍ବୟଂଶାସିତ ଜୋନ୍‌ରେ ହସ୍ତକ୍ଷେପ କରିବେ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଥିଲେ।...

କରୋନା ଭୂତାଣୁ ଉତ୍ପତ୍ତି ସନ୍ଧାନ: ଡବ୍ଲ୍ୟୁଏଚ୍‌ଓ ବିଶେଷଜ୍ଞ ଦଳ ଜାନୁୟାରୀରେ ଯିବେ ଚାଇନା

ଜେନେଭା,୧୯।୧୨: କରୋନା ଭୂତାଣୁର ଉତ୍ପତ୍ତି ସନ୍ଧାନ ପାଇଁ ଜାନୁୟାରୀର ପ୍ରଥମ ସପ୍ତାହରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ବିଶେଷଜ୍ଞ ଦଳ ଚାଇନା ଗସ୍ତରେ ଯିବେ। ଏନେଇ ଡବ୍ଲ୍ୟୁଏଚ୍‌ଓ...

ଲୌହ ଗ୍ରହାଣୁ ପିଣ୍ଡର ମିଳିଲା ସନ୍ଧାନ: ବିକ୍ରି କଲେ ପୃଥିବୀର ପ୍ରତି ଲୋକଙ୍କୁ ମିଳିବ ୯ ହଜାର କୋଟିରୁ ଅଧିକ ଟଙ୍କା

ଓ୍ବାଶିଂଟନ,୭।୩: ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଏକ ବୃହତ୍‌ ଲୌହ ଗ୍ରହାଣୁ ପିଣ୍ଡର ସନ୍ଧାନ କରାଯାଇଛି। ସମ୍ପୂର୍ଣ୍ଣ ଭାବେ ଲୁହାରେ ଭରପୁର ଥିବା ୧୬-ସାଇକି...

ସଂକ୍ରମଣ ବଢିଲେ ଚିକିତ୍ସା ଅଭାବରୁ ବଢିବ ମୃତ୍ୟୁସଂଖ୍ୟା: ଡବ୍ଲୁଏଚଓ

ଜେନେଭା,୯ ।୧: ସାରା ବିଶ୍ୱରେ ଜଙ୍ଗଲରେ ନିଆଁ ବ୍ୟାପିଲା ଭଳି ବ୍ୟାପିଛି କରୋନା ସଂକ୍ରମଣ । ସାମାନ୍ୟ ଅବହେଳା ଏହାକୁ ଭୟଙ୍କର ରୂପ ଦେଇପାରେ ବୋଲି...

କରୋନା ବାଧା ଯୋଗୁ ମ୍ୟାଲେରିଆରେ ହୋଇଛି ୬୩,୦୦୦ ମୃତ୍ୟୁ: ଡବ୍ଲୁଏଚଓ

ଜେନେଭା,୯ ।୧୨: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ଏକ ରିପୋର୍ଟ ଅନୁଯାୟୀ, କୋଭିଡ-୧୯ ମହାମାରୀ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ କରାଯାଉଥିବା ଉଦ୍ୟମକୁ ଅଟକାଇ ଦେଇଥିଲା । ଏହାଦ୍ୱାରା...

୧୯୭୦ରୁ ୭୦% କମିଲାଣି ବନ୍ୟପ୍ରାଣୀଙ୍କ ସଂଖ୍ୟା

ପ୍ୟାରିସ୍‌, ୧୪ା୧୦: ମନୁଷ୍ୟକୃତ କାରଣ ଯୋଗୁ ପ୍ରକୃତି ନିଜର ପ୍ରାକୃତିକତା ହରାଉଛି। ଜଳବାୟୁ ପରିବର୍ତ୍ତନର ଘାତକ ପ୍ରଭାବ ମଣିଷ ନିଜେ ଭୋଗିବା ସହ ସାରା ଜୀବଜଗତ...

ପାକିସ୍ତାନର ବିବାଦୀୟ ମନ୍ତବ୍ୟ: ଚାଣକ୍ୟ-ପାଣିନି ଥିଲେ ପାକିସ୍ତାନୀ

ଇସଲାମାବାଦ୍‌,୧୪।୧୨: ପାକିସ୍ତାନର ବିବାଦୀୟ ମନ୍ତବ୍ୟ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଭିଏତ୍‌ନାମ୍‌ରେ ଅବସ୍ଥାପିତ ଥିବା ପାକିସ୍ତାନ ରାଷ୍ଟ୍ରଦୂତ କ୍ୱାମର ଅବାସ ଖୋଖାର କହିଛନ୍ତି...

Advertisement
Archives

Model This Week