କଡ଼ା ସୁରକ୍ଷା ମଧ୍ୟରେ ହାଇକୋର୍ଟରେ ହାଜର ହେଲେ ଇମ୍ରାନ, ଚାଲିଛି ଶୁଣାଣି

ଇସଲାମାବାଦ,୧୨।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନଙ୍କୁ ଶୁକ୍ରବାର କଡ଼ା ସୁରକ୍ଷା ମଧ୍ୟରେ ଇସଲାମାବାଦ ହାଇକୋର୍ଟରେ ହାଜର କରାଯାଇଛି। ଅଲ-କାଦିର ଟ୍ରଷ୍ଟ ମାମଲାରେ ତାଙ୍କ ଜାମିନ ଉପରେ ଶୁଣାଣି ହେଉଛି। ତାଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମଧ୍ୟ ଏହି ଅବସରରେ ଏକ ରାଲି ଘୋଷଣା କରିଛି ଏବଂ ସମର୍ଥକମାନେ ନିଜର ନେତାଙ୍କ ସମ୍ବୋଧନ ପାଇଁ କୋର୍ଟ ନିକଟରେ ଏକାଠି ହେବାକୁ କହିଛନ୍ତି।

ଇମ୍ରାନଙ୍କୁ ଅଲ-କାଦିର ଟ୍ରଷ୍ଟ ମାମଲାରେ ମଙ୍ଗଳବାର ଇସଲାମାବାଦ ହାଇକୋର୍ଟ ପରିସରରୁ ଗିରଫ କରାଯାଇଥିଲା । ଏଥିସହ ବୁଧବାର ନ୍ୟାଶନାଲ ଆକାଉଣ୍ଟାବିଲିଟି ବ୍ୟୁରୋ(ଏନଏବି) ଏକ କୋର୍ଟରେ ହାଜର କରି ୮ ଦିନିଆ ରିମାଣ୍ଡରେ ନେଇଥିଲା।

Share