ବନ୍ୟା ସ୍ଥିତିରେ ଆସୁଛି ସୁଧାର: ହୋଇନି ନୂଆଘାଇ

ଭୁବନେଶ୍ୱର,୧୯।୮(ବ୍ୟୁରୋ): ମହାନଦୀରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ତେବେ ଆଉ ଏକ ଲଘୁଚାପ ଅବପାତର ରୂପ ନେବା ପରେ ଏହାର ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା କରାଯାଇଛି। ଏଭଳି ସ୍ଥିତି ବନ୍ୟା ପ୍ରଭାବିତ ଲୋକଙ୍କ ଚିନ୍ତା ବଢାଉଛି। ବର୍ତ୍ତମାନ ହୀରାକୁଦ ଡ୍ୟାମର ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ଡ୍ୟାମର ବର୍ତ୍ତମାନ ଜଳସ୍ତର ୬୨୧.୮୧ ଫୁଟ ରହିଛି। ହୀରାକୁଦକୁ ପ୍ରତି ସେକେଣ୍ଟରେ ୩ ଲକ୍ଷ ଜଳ ପ୍ରବେଶ କରୁଥିବା ବେଳେ ୨୦ ଗେଟ୍‌ ଦେଇ ୪ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।
ଏସ୍‌ଆରସି କହିଛନ୍ତି, ମୁଣ୍ଡଳୀ ନିକଟରେରେ ମହାନଦୀରେ ଜଳସ୍ତର କମୁଛି । କଟକ ମୁଣ୍ଡଳୀ ନିକଟରେ ମହାନଦୀରେ ଅପରାହ୍ନ ୪ଟା ସୁଦ୍ଧା ୯ ଲକ୍ଷ ୪୧ହଜାର ୨୦୦ ତିନି ଘନ ଫୁଟ ଜଳ ପ୍ରବାହିତ ହେଉଛି।
ସେହିପରି ମୁଣ୍ଡଳୀର ଉପର ମୁଣ୍ଡରେ ଜଳସ୍ତର ୯୪.୪୦ ଫୁଟ ଥିବା ବେଳେ ତଳ ମୁଣ୍ଡର ୯୨.୧୦ଫୁଟ ରହିଛି। ମୁଣ୍ଡଳୀରେ ମହାନଦୀ ବିପଦ ସଙ୍କେତ ୯୭.୫୦ ଫୁଟ ରହିଛି। ମୁଣ୍ଡଳୀର ତଳ ମୁଣ୍ଡରେ ଜଳସ୍ତର କମିଛି । ଏପରିକି ଆଉ ନୂଆ ଘାଇ ସୃଷ୍ଟି ହୋଇନାହିଁ ବୋଲି ସ୍ବତନ୍ତ୍ର ରିଲିଫ କମିଶନର କହିଛନ୍ତି।