Categories: ଜାତୀୟ

ମୋଦିଙ୍କ ମା’ଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର

ଅହମ୍ମଦାଦାବାଦ୍‌,୨୯।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ଡାକ୍ତରୀ ଟିମ୍‌ ନିରନ୍ତର ତାଙ୍କ ଉପରେ ନଜର ରଖିଛନ୍ତି। ସବିଶେଷ ସୂଚନା ଅନୁଯାୟୀ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟରେ ଧୀରେ ଧୀରେ ଉନ୍ନତି ହେଉଛି। ତାଙ୍କୁ ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ କରାଯାଇପାରେ।
ହୀରାବେନ୍‌ଙ୍କ ଶୀଘ୍ର ସୁସ୍ଥତା ପାଇଁ ସାରା ଦେଶରେ ପୂଜାର୍ଚ୍ଚନା କରାଯାଉଛି। ବିଭିନ୍ନ ସ୍ଥାନରେ ଯଜ୍ଞ ଅନୁଷ୍ଠିତ ହୋଇଥିବାବେଳେ କାଶୀରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରାଯାଇଥିଲା।
ସୂଚନାଯୋଗ୍ୟ,ବୁଧବାର ହୀରାବେନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପରେ ‘ୟୁ ଏନ୍‌ ମେହେଟ୍ଟା ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟର’ରେ ଭର୍ତ୍ତି କରାଯାଇଥିଲା। ଏ ବିଷୟରେ ସୂଚନା ପାଇବା ମାତ୍ରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ପହଞ୍ଚି କଡା ସୁରକ୍ଷା ମଧ୍ୟରେ ଡାକ୍ତରଖାନାରେ ତାଙ୍କ ମା’ଙ୍କୁ ଭେଟିଥିଲେ।

Share