ସୁନା ଦରରେ ସୁଧାର ସୁଯୋଗ ସୃଷ୍ଟି କରିବ : ସଞ୍ଜୟ

ଭୁବନେଶ୍ୱର,୫।୪: ସୁନାର ଦର ବଢ଼ି ଚାଲିଛି ଓ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ୨୪କ୍ୟାରେଟ୍‌ର ଦର ୯୩ ହଜାର ପାରକରି ସାରିଲାଣି ଏବଂ ଏହା ପୂର୍ବ ଅନୁମାନ ଅପେକ୍ଷା ଯଥେଷ୍ଟ ଶୀଘ୍ର ଅର୍ଥାତ୍‌ ଚଳିତ ବର୍ଷ ୧ଲକ୍ଷ ଟଙ୍କା ପାର୍‌ହେବା ସମ୍ଭାବନା ଦେଖାଦେଇଛି। ଲାଲ୍‌ଚାନ୍ଦ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସଙ୍କ ମତରେ ଏଭଳି ପରିସ୍ଥିତିରେ ସୁନା କିଣିବା ପାଇଁ ଠିକ୍‌ ସମୟ ବାଛିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଆମେରିକୀୟ ଫେଡେରାଲ ରିଜର୍ଭର ସୁଧ ହାର ହ୍ରାସ, କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁନା କିଣିବା, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ନୀତି ଇତ୍ୟାଦି ବିଶ୍ୱ ବଜାରରେ ସୁନାର ଦରକୁ ପ୍ରଭାବିତ କରୁଛି। ଫଳରେ ସୁନାର ଦର ୧ ଲକ୍ଷ ଟଙ୍କା ପାରହୋଇ ୧ ଲକ୍ଷ ୩୫ ହଜାର ସ୍ତରକୁ ଛୁଇଁବାର ସମ୍ଭାବନା ଦେଖାଦେଇଛି।
ତେବେ ଅକ୍ଷୟ ତୃତୀୟା ଅବସରରେ ଲାଲ୍‌ଚାନ୍ଦ ଜୁଏଲର୍ସ ଗ୍ରାହକମାନଙ୍କ ପାଇଁ ଆଣିଛନ୍ତି ସୁନା କିଣିବାର ସବୁଠୁ ସହଜ ବାଟ। ପ୍ରି-ବୁକିଂ ସୁବିଧା ଦ୍ୱାରା ଗ୍ରାହକମାନେ କିଛି ଅଗ୍ରିମ ଦେଇ ସୁନା ଦର ଲକ୍‌ କରିପାରିବେ। ଆଗକୁ କୌଣସି ଦିନ ଯଦି ସୁନା ଦରରେ ସୁଧାର ଦେଖାଦିଏ, ସେ ଦିନର ଦର ଅଥବା ଦର ବଢ଼ିଥିଲେ ବୁକିଂ ଦିନର ଦରରେ ସୁନା କିଣି ପାରିବେ। ଏହା ଗ୍ରାହକମାନଙ୍କୁ ଅସ୍ଥିର ସୁନା ଦରରୁ ସୁରକ୍ଷା ପ୍ରଦାନ କରିବ। ସୁନାରେ ନିବେଶ କରିବା ପାଇଁ ଲାଲ୍‌ଚାନ୍ଦର ପ୍ରତ୍ୟେକ ଷ୍ଟୋର୍‌ରେ ମିଳୁଛି ଏମ୍‌ଏମ୍‌ଟିସି ସ୍ବର୍ଣ୍ଣମୁଦ୍ରା। ଆଗାମୀ ଦିନରେ ରୁପା ମଧ୍ୟ ଯଥେଷ୍ଟ ବଢ଼ିବାର ସମ୍ଭାବନା ଦେଖାଦେଇଛି ବୋଲି ହଂସ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ,ଗତବର୍ଷ ପ୍ରଥମ କରି ସୁନା ଦର ଲକ୍ଷେ ଟଙ୍କା ଛୁଇଁବା କଥା ହଂସ ପୂର୍ବାନୁମାନ କରିଥିଲେ।
ବିଗତ ୩ ଦଶକର ସୁନାର ଦରକୁ ଦେଖିଲେ ଜଣାପଡ଼େ ଯେ ଭାରତରେ ସୁନାର ଦର ୨୦୦୦ ମସିହାଠାରୁ ସାମୟିକ ଉତ୍‌ଥାନ ପତନ ସତ୍ତ୍ୱେ କ୍ରମାଗତ ଭାବେ ବଢ଼ି ଚାଲିଛି। ୨୦୦୦ରେ ୧୦ଗ୍ରାମ ସୁନାର ଦର ୪,୪୦୦ ଟଙ୍କା ଥିବାବେଳେ ୨୦୨୫ରେ ୯୩ ହଜାର ଟଙ୍କାରେ ପହଞ୍ଚିଛି । ସୁନାରେ ନିବେଶକଙ୍କ ସଂଖ୍ୟା ବଢ଼ିଛି । ତେଣୁ ସୁନାର ଚାହିଦା ମଧ୍ୟ ବଢ଼ି ଚାଲିଛି। ଏବେ ସୁନାକୁ କେବଳ ଏକ ଅଳଙ୍କାର ଭାବେ ନ ଦେଖି ଲୋକେ ଏକ ଉତ୍ତମ ନିବେଶର ମାଧ୍ୟମ ଭାବେ ବିବେଚନା କରୁଛନ୍ତି। ୨୦୦୮ରେ ବିଶ୍ୱ ଅର୍ଥନୈତିକ ସଙ୍କଟ କାରଣରୁ ସୁନା ଦର ୧୩,୫୦୦ହୋଇଥିଲା। ୨୦୧୧ ଏବଂ ୨୦୨୦ରେ ଦରରେ ତୀବ୍ର ବୃଦ୍ଧି ଦେଖାଦେଇଥିଲା। ୨୦୨୦ରେ କୋଭିଡ୍‌ ପାଇଁ ସୁନାର ଦର ୫୫ ହଜାର ଛୁଇଁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

ବାଇକ୍‌  ଧକ୍କାରେ  ଚାଲିଗଲା ବୃଦ୍ଧଙ୍କ ଜୀବନ 

ମୋହନା,୨୦।୧( ମନ୍ମଥ ମିଶ୍ର ): ବାଇକ ଧକ୍କାରେ ବୃଦ୍ଧମୃତ। ମୃତ ବୃଦ୍ଧ ଜଣକ ହେଲେ ଆର.ଉଦୟଗିରି ଥାନା ନିସଂଗପୁର ଗ୍ରାମର ୭୦ ବର୍ଷୀୟ ସାରଥୀ ବେହେରଦଲାଇ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri