ଅନୁଗୋଳ ଅଫିସ, ୧୫ା୪: ଅନୁଗୋଳ ସହରରେ ପାର୍କିଂ ବ୍ୟବସ୍ଥାକୁ ନେଇ ବାରମ୍ବାର ଆପତ୍ତି ଉଠିବା ପରେ ଜିଲା ପ୍ରଶାସନ ତପତ୍ରତା ଦେଖାଇଛି। ସେହିପରି ଉଠା ଦୋକାନୀଙ୍କ କାରଣରୁ ସହରରେ ଟ୍ରାଫିକ ସମସ୍ୟା ଦେଖାଦେଉଥିବାରୁ ଏଥିରେ ସୁଧାର ଆଣିବାକୁ ଜିଲା ପ୍ରଶାସନ ପକ୍ଷରୁ ଏକ ସ୍ପେଶାଲ ସ୍କ୍ବାଡ୍ ଶୁକ୍ରବାର ଗଢ଼ା ଯାଇଛି। ଉପଜିଲାପାଳ ବଇତୁରା ଦୀପଙ୍କ ନେତୃତ୍ୱରେ ଏହି ସ୍କ୍ବାଡ୍ ସହରର ବିଭିନ୍ନ ସ୍ଥାନରେ ପଇଁତରା ମାରି ଉଠା ଦୋକାନୀ ଓ ବେଆଇନ୍ ପାର୍କିଂ କରିଥିବା ବ୍ୟକ୍ତିଙ୍କୁ ତାଗିଦ୍ କରିଛି। ତେବେ ଶନିବାରଠାରୁ ଚଢ଼ାଉ ଜୋରଦାର କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଯେଉଁ ଉଠା ଦୋକାନୀ ରାସ୍ତା ପାର୍ଶ୍ୱ ଜବରଦଖଲ କରିଥିବେ ଓ ଗାଡ଼ି ବେଆଇନ୍ ପାର୍କିଂ ହୋଇଥିବ, ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍କ୍ବାଡ୍ ପକ୍ଷରୁ କୁହାଯାଇଛି।
ଅନୁଗୋଳ ଉପଜିଲାପାଳ ବଇତୁରା ଦୀପଙ୍କ ନେତୃତ୍ୱରେ ଅନୁଗୋଳ ତହସିଲଦାର ଶାଶ୍ୱତ ରଞ୍ଜନ ଦାଶ, ପରିବହନ ଅଧିକାରୀ ନିଖିଲ ପଟ୍ଟନାୟକ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ, ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଅନୁଗୋଳ ଟାଉନ୍ ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀଙ୍କ ସହ ବିଭାଗୀୟ ଅଧିକାରୀମାନେ ବେଆଇନ୍ ପାର୍କିଂ ଓ ଉଠା ଦୋକାନୀ କରିଥିବା ଜାଗା ଜବର ଦଖଲର ଅନୁଧ୍ୟାନ କରିଥିଲେ। ଏମାନେ ସାଧାରଣତଃ ଥାନା ଛକ ଠାରୁ ରାଜା ଛକ, ରାଜା ଛକରୁ ମେଡିକାଲ ଛକ ଏହାପରେ ବୁଢ଼ୀ ଠାକୁରାଣୀ ଛକ ଅନୁଧ୍ୟାନ କରିଥିଲେ। ଏହି ଅନୁଧ୍ୟାନ ସମୟରେ ଉଠା ଦୋକାନୀଙ୍କ ପାଇଁ ଟ୍ରାଫିକ ସମସ୍ୟା ହେଉଥିବା ଜାଣିବାକୁ ପାଇଥିଲେ। ଶୁକ୍ରବାର ସେମାନଙ୍କୁ କେବଳ ତାଗିଦ୍ କରାଯାଇଥିବା ବେଳେ ଶନିବାରଠାରୁ ଚଢ଼ାଉ କରାଯାଇ ସାମଗ୍ରୀ ଜବତ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସହରକୁ ଉଠା ଦୋକାନୀ ମୁକ୍ତ କରାଯିବା ସହ ଟ୍ରାଫିକ୍ ସମସ୍ୟାକୁ ସ୍ବଭାବିକ୍ କରାଯିବ। ଏ ନେଇ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି, ଏଣିକି ସବୁଆଡୁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯିବ। ବାରମ୍ବାର ପୌରପାଳିକା ପକ୍ଷରୁ ସେମାନଙ୍କୁ ଉଠା ଯାଉଥିଲେ ମଧ୍ୟ ସେମାନେ ପୁଣି ଆସି ପସରା ମେଲାଉଛନ୍ତି। ତେଣୁ ଉପଜିଲାପାଳଙ୍କ ନେତୃତ୍ୱରେ ଏକ ଟମ୍ ଗଢା ଯାଇଛି। ଏହି ଟିମ୍ ପ୍ରତ୍ୟେକ ଦିନ ସହରରେ ପଇଁତରା ମାରିବା ସହ ଉଠା ଦୋକାନୀ ବା ବେଆଇନ୍ ପାର୍କିଂ ଦେଖିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେହିଭଳି ଜେଲ ଛକରେ ମଧ୍ୟ ବସୁଥିବା ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯିବ। ଜେଲର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
Posted inଅନୁଗୋଳ, ଆମ ଜିଲା ଖବର View All
କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ
କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…
ଅଭିଯୋଗ ଆଣିଲେ ଏମ୍ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …
ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…
ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…
ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…
ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ
ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…
ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ
ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…
ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ
ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍ ଖୁଣ୍ଟରୁ…
ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…
ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…
ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର
ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…
Archives

