Categories: ଜାତୀୟ

ମୃତ୍ୟୁ ଦଣ୍ଡାଦେଶରୁ ଆଜୀବନ ଜେଲ

ନୂଆଦିଲ୍ଲୀ,୧୦ା୨: ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ୪୦ ବର୍ଷୀୟଙ୍କୁ ସୁପ୍ରିମକୋର୍ଟ ବୁଧବାର ସୁଧୁରିବାକୁ ସୁଯୋଗ ଦେଇଛନ୍ତି। ୨୦୧୭ ଅକ୍ଟୋବରରେ ଆଲ୍ଲାହାବାଦ୍‌ ହାଇକୋର୍ଟ ଏ ମାମଲାରେ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ପପୁ ୨୦୧୫ରେ ଉତ୍ତରପ୍ରଦେଶର କୁଶୀନଗର ଜିଲାରେ ଜଣେ ୭ ବର୍ଷୀୟା ଝିଅଙ୍କୁ ବଳାତ୍କାର ଓ ହତ୍ୟା କରିଥିଲେ। ଆଲ୍ଲାହାବାଦ ହାଇକୋର୍ଟଙ୍କ ଫାଶୀ ଦଣ୍ଡାଦେଶକୁ ସେ ସୁପ୍ରିମକୋର୍ଟରେ ଅପିଲ କରିଥିଲେ। ଜଷ୍ଟିସ୍‌ ଏ. ଏନ୍‌. ଖାନ୍‌ଓ୍ବିଲକରଙ୍କ ୩ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରି କହିଛନ୍ତି, ଜେଲରେ ତାଙ୍କର ଆଚରଣକୁ ଧ୍ୟାନ ଦେଇ ଏବଂ ପରିବାରରେ ସ୍ତ୍ରୀ ପିଲାଛୁଆ ଓ ରୋଗିଣା ବାପାଙ୍କୁ ଦେଖି ଦୋଷୀଙ୍କୁ ସୁଧୁରିବା ପାଇଁ ସୁଯୋଗ ଦିଆଯାଉ। ଅପରାଧ ଘଟାଇବାବେଳେ ତାଙ୍କୁ ୩୩/୩୪ ବର୍ଷ ହୋଇଥିଲା। ୨୦୧୬ ଡିସେମ୍ବର ୭ରେ ତଳକୋର୍ଟ ଶୁଣାଣି ଶେଷ କରି ପରଦିନ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ତେବେ ଆଇପିସି ଦଫା ୩୦୨ ଅନୁଯାୟୀ ଅନୂ୍ୟନ୍ୟ ୩୦ ବର୍ଷ ଜେଲ ଦଣ୍ଡାଦେଶ ଦେବା ଯୁକ୍ତିଯୁକ୍ତ ବୋଲି ୯୮ ପୃଷ୍ଠା ସମ୍ବଳିତ ରାୟରେ ଜଷ୍ଟିସ୍‌ ଦୀନେଶ ମହେଶ୍ୱରୀ ଏବଂ ସି. ଟି. ରବି କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।

Share