ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା ବ୍ଲକ ପ୍ରଶାସନ ସୂତ୍ରରୁ ଜଣାପଡିଛି। ଜାଡ଼ରେ ଥରୁଛି ଦମ୍ପୂର୍ଣ୍ଣ ଅଞ୍ଚଳ ଦାରିଙ୍ଗବାଡି ସମେତ ସିମନବାଡି, ବାଡାବାଙ୍ଗା, ଶ୍ରାନିକେତା, କିରିକୁଟି, ତିଲୋରୀ, ପର୍ତ୍ତମାହା, ସିଆଙ୍ଗବାଲି, ଭ୍ରମରବାଡି, ଦାସିଙ୍ଗବାଡି, ଦନେକବାଡି, ଗ୍ରୀନବାଡି, ସୋନପୁର, ତାଜୁଙ୍ଗିଆ, ଗଦାପୁର, ବ୍ରାହ୍ମଣୀଗାଁ ଆଦି ପଞ୍ଚାୟତ ଅଞ୍ଚଳରେ ଅସମ୍ଭାଳ ଜାଡ଼ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ସବୁଠି ନିଆଁ ପୁଇଁ ଲୋକ ଶୀତରୁ ରକ୍ଷା ପାଉଛନ୍ତି। ତେବେ ଶନିବାର ଓ ରବିବାର ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକ ଦାରିଙ୍ଗବାଡିରେ ଭିଡ଼ ଜମାଇଛନ୍ତି। ଶୀତର ମଜା ନେଉଛନ୍ତି ରାଜ୍ୟ ଓ ରାଜ୍ୟ ବାହାରୁ ଦାରିଙ୍ଗବାଡି ଆସି ରାତ୍ରିଯାପନ କରିଥିବା ପର୍ଯ୍ୟଟକ। ଭୋର ସମୟରୁ ଉଠି ପ୍ରାତଃ ଭ୍ରମଣ କରି ମଜା ନେଉଥିବା ଜଣାପଡିଛି।
Dharitri – Odisha’s No.1 Odia Daily


