କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ ବା ସିଚୁଏଶନରେ କେଉଁ ବୃକ୍ଷ ଲଗାଇବା ଦ୍ୱାରା ମାତ୍ରାଧିକ ଲାଭପ୍ରାପ୍ତି ହେବ, ସେ ବିଷୟରେ ଧ୍ୟାନକେନ୍ଦ୍ରିତ ନ କରି ଆମେ ମନଇଚ୍ଛା ବୃକ୍ଷ ରୋପଣ କରୁଥିବାରୁ ସେ ସବୁ କାର୍ଯ୍ୟରୁ ଯେତେ ଲାଭ ମିଳିବା କଥା ତାହା ମିଳିପାରୁନାହିଁ।
ବର୍ତ୍ତମାନ ବୃକ୍ଷ ରୋପଣର ବିଭିନ୍ନ ଆଧାର ରହିଛି। କିଛି ଲୋକ ଭାବୁଛନ୍ତି ଜଗନ୍ନାଥ ନିମ୍ବ କାଠରେ ତିଆରି, ଆମକୁ ନିମ୍ବ ଗଛ ଲଗାଇବାର ଅଛି। ଆଉ କିଛି ଭାବୁଛନ୍ତି ଦେବଦାରୁ ଭଲ ଦିଶିବ ତେଣୁ ତାକୁ ଲଗାଇବା। ଆଉ କିଛି ଲୋକ ଇଉକାଲିପଟାସକୁ ପସନ୍ଦ କରି ଲଗାଉଥିବା ବେଳେ କିଛି ଲୋକ ବିଦେଶରୁ କେବଳ ପତ୍ର ଥିବା ଶୋ’ଗଛ ଆମଦାନୀ କରି ପାର୍କରେ ଲଗାଇଲେଣି। ଅନେକେ ରାସ୍ତାର ଦୁଇ ପାର୍ଶ୍ୱରେ ଚାକୁଣ୍ଡା ଗଛ ଲଗାଇବାକୁ ପସନ୍ଦ କରୁଛନ୍ତି। ମାତ୍ର ବୃକ୍ଷରୋପଣ ଧାର୍ମିକ ଓ ମନଗତ ପସନ୍ଦ ନ ହୋଇ ବୈଜ୍ଞାନିକ ଆଧାରରେ ହେବା ଆବଶ୍ୟକ। ବୃକ୍ଷ ଚୟନ ପାଇଁ ନିମ୍ନଲିଖିତ ଆଧାରକୁ ବିଚାରକୁ ନେବା ଉଚିତ। ମହତ୍ତ୍ୱପୂର୍ଣ୍ଣ କଥା ହେଲା ଯେଉଁ ବୃକ୍ଷଟିକୁ ଚୟନ କରୁଛନ୍ତି, ସେ ଯେମିତି ଆମ ମାଟି, ପାଣି ଏବଂ ଜୈବ ବିବିଧତାକୁ ନଷ୍ଟ ନ କରି ସୁରକ୍ଷା ପ୍ରଦାନ କରୁଥିବ। ପ୍ରଥମ କଥା ହେଲା ଗଛଟି ପ୍ରଚୁର ମାତ୍ରାରେ ଅମ୍ଳଜାନ ପ୍ରଦାନ କରୁଥିବା ଆବଶ୍ୟକ। ଦ୍ୱିତୀୟ କଥା ହେଲା ଏଥିରେ ପ୍ରଚୁର ଫୁଲ ଫଳ ଫୁଟି ଏହା ଉଭୟ ମନୁଷ୍ୟ ଓ ପଶୁପକ୍ଷୀଙ୍କ ଆବଶ୍ୟକତା ପୂରଣ କରୁଥିବ। ତୃତୀୟ କଥା ହେଲା ବୃକ୍ଷଟିର ଚେର ମାଟିର ଗଭୀର ଅଂଶକୁ ଯାଉଥିବ। ଏହା ମଧ୍ୟ ପର୍ଯ୍ୟାପ୍ତ ଛାୟା ପ୍ରଦାନ କରୁଥିବ। ଏହାର ପତ୍ର ଖୁବ୍‌ କମ୍‌ ସମୟରେ ପଡିଯାଇ ଖତରେ ପରିଣତ ହୋଇ ଯାଉଥିବ। ଏହାର ଚେର କିମ୍ବା ଡାଳପତ୍ର ମାଟିରେ କୌଣସି ପ୍ରକାର ବୃକ୍ଷ ବୃଦ୍ଧି ବିରୋଧୀ ତତ୍ତ୍ୱ କିମ୍ବା ଆଲିଲୋକେମିକାଲ ଛାଡୁ ନ ଥିବେ। ଏହା ଆମକୁ ଗୃହ ଉପଯୋଗୀ କାଠ ପ୍ରଦାନ କରୁଥିଲେ ଭଲ ଏବଂ ଭୂଜଳକୁ ଖୁବ୍‌ ଶୀଘ୍ର ସାରୁ ନ ଥିବ ଇତ୍ୟାଦି ଇତ୍ୟାଦି।
କହିବାକୁ ଗଲେ ବୃକ୍ଷଗୁଡିକ ଜୈବ ବିବିଧତା ସୁରକ୍ଷାରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଭାଗୀଦାରି ଥିବେ। ଅଧିକ ଅମ୍ଳଜାନ ପ୍ରଦାନକାରୀ ବୃକ୍ଷ ଯଥା ବରଗଛ, ଓସ୍ତ ଗଛ, ନିମ୍ବଗଛ, ଆମ୍ବ ଗଛ, ଅର୍ଜୁନ ଗଛ, ଅଶୋକ ଗଛକୁ ଲଗାଇବା କଥା। ଖାଦ୍ୟ ପ୍ରଦାନକାରୀ ଗଛ ଯଥା ଆମ୍ବ, ବେଲ, ଜାମୁ, ବଉଳ, ତେନ୍ତୁଳି, କରମଙ୍ଗା, ଆମ୍ବଡା, କଇଥ, ମହୁଲ, ପଣସ ଇତ୍ୟାଦି ଗଛକୁ ମଧ୍ୟ ପ୍ରାଧାନ୍ୟ ଦେବା। କରଞ୍ଜ, ସାଆଡା ପ୍ରଭୃତି ଗଛକୁ ମଧ୍ୟ ଲଗାଇବା ଜରୁରୀ। ସାଆଡା ଫଳକୁ ହଳଦୀବସନ୍ତ ଖାଇ ବଞ୍ଚିଥାନ୍ତି। ମାତ୍ର ସାଆଡା ବୃକ୍ଷ ଅଭାବରୁ ହଳଦୀବସନ୍ତ ବଂଶ ଲୋପ ପାଇବାକୁ ବସିଲାଣି। ଆଜିକାଲି କିଛି ଲୋକଙ୍କର ପସନ୍ଦ ଇଉକାଲିପଟାସ ଓ ଝାଉଁ ଗଛ। ଉଭୟ ଗଛ ପତ୍ର ଛେଦରେ ଅଧିକ ବାଷ୍ପୀକରଣ କରିଥାନ୍ତି ଓ ମୃତ୍ତିକାର ଜଳସବୁ ସାରିଦେଇଥାନ୍ତି। ତେଣୁ ରାସ୍ତା କଡ, ଢିପ ଜମି ଓ ମଧ୍ୟମ କିଷମ ଜମିରେ ଏହାକୁ ନ ଲଗାଇ କେବଳ ଜଳୀୟ ଓ ଜଳାଶ୍ରୟ ସ୍ଥାନରେ ଲଗାଇଲ ଭଲ। ଇଉକାଲିପଟାସର ଆଉ ଏକ ନକାରାତ୍ମକ ଦିଗ ହେଉଛି ଏହା ମୃତ୍ତିକାକୁ ଆଲିଲୋକେମିକାଲ ଛାଡିଥାଏ, ଯଦ୍ଦ୍ବାରା ସେ ଜମିରେ ଅନ୍ୟାନ୍ୟ ବୃକ୍ଷ ବଢିପାରେ ନାହିଁ। ଆମ ରାଜ୍ୟ ବାତ୍ୟାପ୍ରବଣ ରାଜ୍ୟ। ଆମେ ଏମିତି ଗଛ ଲଗାଇବା ଉଚିତ ଯେଉଁମାନଙ୍କର ଚେର ଗଭୀର ମାଟିକୁ ପ୍ରବେଶ କରେ ଏବଂ ବାତ୍ୟାରେ ଉପୁଡେ ନାହିଁ। ପ୍ରାୟ ଦେଶୀ ଗଛ ସବୁର ଚେର ମାଟି ଭିତରକୁ ଯାଏ। ସେଗୁଡିକ ଭଲ। ଧାର୍ମିକ ଦୃଷ୍ଟିକୋଣରୁ ହେଉ କିମ୍ବା ସୌନ୍ଦର୍ଯ୍ୟ ପାଇଁ ହେଉ, ଜନସାଧାରଣ ଗୋଟିଏ ଜାତିର ଗଛକୁ ବହୁ ସଂଖ୍ୟାରେ ଲଗାଇବାକୁ ପସନ୍ଦ କରନ୍ତି; ଯଥା ନିମ୍ବ, ଚାକୁଣ୍ଡା, ଦେବଦାରୁ ଇତ୍ୟାଦି।
ଆମେ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିରେ ବଞ୍ଚୁଛେ। ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି, ଥଣ୍ଡାର ମାତ୍ରା ବୃଦ୍ଧି ହ୍ରାସ, ରୋଗପୋକର ଆବିର୍ଭାବ ଏକପ୍ରକାର ବୃକ୍ଷକୁ ସମ୍ପୂର୍ଣ୍ଣ ନଷ୍ଟକରିଦିଅନ୍ତି। ସେପରି ସ୍ଥଳେ ମିଶ୍ରିତ ବୃକ୍ଷଜାତି ରୋପଣ କରିଥିଲେ ଗୋଟେ ଜାତି ବୃକ୍ଷର ମୃତ୍ୟୁ ହେଲେ ଅନ୍ୟଗୁଡିକ ପ୍ରଭାବ ମୁକ୍ତ ହୋଇ ବଞ୍ଚନ୍ତି। ତା’ ଛଡା ବିଭିନ୍ନ ପ୍ରକାର ବୃକ୍ଷ ବିଭିନ୍ନ ପ୍ରକାର ପଶୁପକ୍ଷୀ, କୀଟ ପତଙ୍ଗର ଖାଦ୍ୟ ଓ ବାସସ୍ଥଳୀ ଭାବେ କାମରେ ଲାଗିଥାଏ। ଆମେ ମିଶ୍ରିତ ବୃକ୍ଷ ରୋପଣ କଲେ ଏହା ସବୁଠୁ ଭଲ। କିଛି ଜଙ୍ଗଲ କର୍ମଚାରୀ ଭାବନ୍ତି ଜଙ୍ଗଲ ଅର୍ଥ ଶାଳ, ପିଆଶାଳ, ଶାଗୁଆନ, ଶିଶୁ, ଗମ୍ଭାରୀ ଇତ୍ୟାଦି ଓ ସେଗୁଡିକୁ ଲଗାନ୍ତି। ମାତ୍ର ସେମାନେ ଭାବିବା ଉଚିତ ଯେ ଜଙ୍ଗଲରେ ହାତୀ, ମାଙ୍କଡ, ଭାଲୁ, ଅନ୍ୟାନ୍ୟ ଜୀବଜନ୍ତୁ, ପକ୍ଷୀ, କୀଟପତଙ୍ଗ, ସରୀସୃପ ମଧ୍ୟ ବାସ କରନ୍ତି। ଯଦି ସେମାନଙ୍କ ଖାଦ୍ୟ ବୃକ୍ଷ ବାଉଁଶ, ଆମ୍ବ, ପଣସ, ତେନ୍ତୁଳି, ପିଜୁଳି, କଦଳୀ, ଧାନ, କଇଥ, ବେଲ ଇତ୍ୟାଦି ଆମେ ଜଙ୍ଗଲରେ ନ ଲଗIନ୍ତି, ସେମାନେ ନିଶ୍ଚୟ ଖାଦ୍ୟ ପାଇଁ ଜନବସତିମୁହାଁ ହେବେ। ତେଣୁ ଆଜି ହାତୀ ହେଉ କିମ୍ବା ମାଙ୍କଡ, ସବୁ ଗାଁକୁ ପଳାଇଆସି କୃଷକର ଫସଲ ନଷ୍ଟ କରୁଛନ୍ତି। ବୃକ୍ଷରୋପଣ କଲାବେଳେ ଖାଦ୍ୟଜାତୀୟ ବୃକ୍ଷରୋପଣ କଲେ ଆମେ ସେଥିରୁ ରାଜସ୍ବ ପାଇପାରିବା ଓ ପରିବେଶ ସୁରକ୍ଷା କରିପାରିବା। ବିଶେଷକରି ସରକାରୀ ଜମିରେ ଅର୍ଥକରୀ ବୃକ୍ଷ ଯଥା କାଜୁ, ସପେଟା, ଆତ, ଆମ୍ବ, ପଣସ, ଲିଚୁ, ତେନ୍ତୁଳି, ନଡିଆ ପ୍ରଭୃତି ଗଛ ଲଗାଇଲେ, ଏହା ଆମ ପଞ୍ଚାୟତ କିମ୍ବା ଜିଲା କିମ୍ବା ରାଜ୍ୟ ଓ ଦେଶର ଆର୍ଥିକ ସ୍ଥିତି ମଜଭୁତ କରିବାରେ ସହାୟକ ହୋଇଥାଏ। ଆଜିକାଲି ବଜ୍ରପାତ ଓ ବିଜୁଳି ସ୍ପର୍ଶରେ ଅନେକ ଧନଜୀବନ ନଷ୍ଟ ହେଉଛି। ତେଣୁ ବିଲ ହୁଡା, ଗାଁ ଗଣ୍ଡାରେ ତାଳ ଓ ନଡିଆ ଗଛ ଲଗାଇଲେ ଆମେ ସେ ସମସ୍ୟାରୁ ମୁକ୍ତ ହେବା। ସମୁଦ୍ରକୂଳ ଅଞ୍ଚଳରେ ଝାଉଁ ଓ ହେନ୍ତାଳ, ସମୁଦ୍ରକୂଳ ଗାଁମାନଙ୍କରେ ନଡିଆ ବୃକ୍ଷ ଆଦି ଲଗାଇବାକୁ ହେବ। ମୋଟାମୋଟି ସ୍ଥାନର ପ୍ରକାରଭେଦ, ବୃକ୍ଷର ମୃତ୍ତିକା ଜଳବାୟୁ ପସନ୍ଦ ଓ ଆମର ନାନାବିଧ ଆବଶ୍ୟକତାକୁ ବିଚାରକୁ ନେଇ ଆମେ କେଉଁ ସ୍ଥାନରେ କେଉଁ ବୃକ୍ଷ ରୋପଣ କରିବା ତା’ର ଖସଡା ପ୍ରସ୍ତୁତି କରି ତାକୁ କାର୍ଯ୍ୟକାରୀ କରିବା ଉଚିତ।
ପ୍ରଧାନ ବୈଜ୍ଞାନିକ, ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ, ଭୁବନେଶ୍ବର
ମୋ: ୮୯୧୭୪୨୬୪୪୦

ଡ. ପ୍ରମୋଦ କୁମାର ପଣ୍ଡା

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri